ଷ୍ଟାଣ୍ଡିଙ୍ଗ କମିଟି ବୈଠକ ରେ ପାରଳା ରେ ଆୟୁର୍ବେଦିକ ମେଡ଼ିକାଲ କଲେଜର ଭିତ୍ତିଭୂମିପ୍ରସ୍ତର କେବେହେବ ପ୍ରଶ୍ନ କଲେ ବିଧାୟକ ।

ଷ୍ଟାଣ୍ଡିଙ୍ଗ କମିଟି ବୈଠକ ରେ ପାରଳା ରେ ଆୟୁର୍ବେଦିକ ମେଡ଼ିକାଲ କଲେଜର ଭିତ୍ତିଭୂମିପ୍ରସ୍ତର କେବେହେବ ପ୍ରଶ୍ନ କଲେ ବିଧାୟକ ।

ଷ୍ଟାଣ୍ଡିଙ୍ଗ କମିଟି ବୈଠକ ରେ ପାରଳା ରେ ଆୟୁର୍ବେଦିକ ମେଡ଼ିକାଲ କଲେଜର ଭିତ୍ତିଭୂମିପ୍ରସ୍ତର କେବେହେବ ପ୍ରଶ୍ନ କଲେ ବିଧାୟକ । ଗଜପତି, ୭.୭(ମନୋଜ ପାଢ଼ୀ)-: ଆଜି ଭୁବନେଶ୍ୱର ସ୍ଥିତ ବିଧାନସଭା ସ୍ୱତନ୍ତ୍ରଗୃହ ଠାରେ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି, ଏହି ଷ୍ଟାଣ୍ଡିଙ୍ଗ କମିଟି ବୈଠକ ବିଧାୟକ ବିଭୂତି ଭୂଷଣ ପ୍ରଧାନ ଙ୍କ ନେତୃତ୍ ରେ ଆୟୋଜିତ ହୋଇଥିଲା, ଆଜି ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଏହି ବୈଠକ ରେ ଉପସ୍ଥିତ ରହି ଗଜପତି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ର ବିଭିନ୍ନ ସମସ୍ୟା ସହ ଗଜପତି ଜିଲ୍ଲା ରେ ଆୟୁର୍ବେଦିକ ମେଡ଼ିକାଲ କଲେଜ ସ୍ଥାପନ କେବେ ହେବ ବୋଲି ପ୍ରଶ୍ନ କରିଥିଲେ ବିଗତ ମାସ ରେ ଗଜପତି ଓ ରାୟଗଡ଼ା ଜିଲ୍ଲା ଗ୍ରସ୍ତ କରିଥିଲେ ସ୍ବାସ୍ଥ୍ୟ ସଚିବ ଓ ବିଭିନ୍ନ ସମସ୍ୟା ବୁଲି ଦେଖିଥିଲେ ଓ ତୁରନ୍ତ ଏଥିପ୍ରତି ଧ୍ୟାନଦେଇ ତୁରନ୍ତ କାର୍ଯ କରିବେବୋଲି ପ୍ରତିଶ୍ରୁତି ମଧ୍ୟଦେଇଥିଲେ, ଏଇ ସବୁ ବିଷୟ ନେଇ ଷ୍ଟାଣ୍ଡିଙ୍ଗ କମିଟି ସଭାପତି ଓ ସମସ୍ତ ସଦସ୍ୟ ଙ୍କ ଉପସ୍ଥିତି ରେ ପ୍ରଶ୍ନ କରିଥିଲେ ବିଧାୟକ। ପ୍ରତ୍ୟେକ ଜିଲ୍ଲା ଭଳି ଆମ ଗଜପତି ଜିଲ୍ଲା ରେ ଆୟୁର୍ବେଦିକ ମେଡ଼ିକାଲ ନିର୍ମାଣ କରିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ କିନ୍ତୁ ଆଜି ପ୍ରଜୋନ୍ତ ଆରମ୍ଭ ହୋଇନାହିଁ କେବେ ଭିତ୍ତିଭୂମିପ୍ରସ୍ତର ହେବ ବୋଲି ପ୍ରଶ୍ନ କରିଥିଲେ ବିଧାୟକ ‎ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗରମରେ ହନ୍ତସନ୍ତ ରୋଗୀ। ହସ୍ପିଟାଲର ବିଭିନ୍ନ ଓ୍ବାର୍ଡରେ ଲାଗିଥିବା ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏସି) ଦୀର୍ଘଦିନ ଧରି ଅଚଳ ଅବସ୍ଥାରେ ପଡି ରହିଥିବାରୁ ରୋଗୀ ଓ ରୋଗୀ ସମ୍ପର୍କୀୟ ଭୟଙ୍କର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନର ମଧ୍ୟ ତାତି ମଧ୍ୟରେ ହସ୍ପିଟାଲର ବିଭିନ୍ନ ୱାର୍ଡ, ଶିଶୁ ଓ ପ୍ରସୂତୀ ବିଭାଗ ଏବଂ ଆଇସିୟୁରେ ଲାଗିଥିବା ଏସି କାମ କରୁନଥିବାରୁ ରୋଗୀଙ୍କ ଯନ୍ତ୍ରଣା ଦ୍ବିଗୁଣିତ ହେଉଥିବା ଅଭିଯୋଗ ହେଉଛି ଇଥି ପ୍ରତି ଧ୍ୟାନ ଦେବା ସହ ଡାକ୍ତର ଓ ନର୍ସଙ୍କ ନିଯୁକ୍ତି ସାରା ଜିଲ୍ଲାରେ ରହିଛି ବୋଲି ବିଧାୟକ ଜଣାଇଛନ୍ତି, ସେଇଭଳି ଗୁମ୍ମା, ଗାଇବା, କାଶୀନଗର, ମୋହନା, ଉଦୟଗିରି, ଜିଲ୍ଲାରେ ଥିବା ସମସ୍ତ ଚିକିଚିୟାଳୟ ରେ ଡାକ୍ତର ଓ ନର୍ସ ନିଯୁକ୍ତି ର ଆବଶ୍ୟକ ରହିଛି ବୋଲି ବିଧାୟକ ଦାବି ଜଣାଇଛି । ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ପ୍ରଶାନ୍ତ ବେହେରା,ବିଧାୟକ ଉମା ଚରଣ ମଲ୍ଲିକ, ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବିଧାୟକ ସୁଭାଷିନୀ ଜେନା, ବିଧାୟକ ସତ୍ୟଜିତ ଗୋମାଙ୍ଗ, ସହ ସ୍ବାସ୍ଥ୍ୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।