ଶିକ୍ଷା ମନ୍ତ୍ରାଳୟର ଦାୟିତ୍ୱ ଗ୍ରହଣ କଲେ ପ୍ରହ୍ଲାଦ ଯୋଶୀ, ପ୍ରମୁଖ ଯୋଜନାର କଲେ ସମୀକ୍ଷା

ଶିକ୍ଷା ମନ୍ତ୍ରାଳୟର ଦାୟିତ୍ୱ ଗ୍ରହଣ କଲେ ପ୍ରହ୍ଲାଦ ଯୋଶୀ, ପ୍ରମୁଖ ଯୋଜନାର କଲେ ସମୀକ୍ଷା

ଶିକ୍ଷା ମନ୍ତ୍ରାଳୟର ଦାୟିତ୍ୱ ଗ୍ରହଣ କଲେ ପ୍ରହ୍ଲାଦ ଯୋଶୀ, ପ୍ରମୁଖ ଯୋଜନାର କଲେ ସମୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଔପଚାରିକ ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଥିଲେ। ଏହାର ପରଦିନ କର୍ତ୍ତବ୍ୟ ଭବନରେ ସେ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି।ଦାୟିତ୍ୱ ଗ୍ରହଣ ପରେ ପ୍ରହ୍ଲାଦ ଯୋଶୀ ଶିକ୍ଷା ମନ୍ତ୍ରାଳୟ ଅଧୀନରେ ଚାଲୁଥିବା ବିଭିନ୍ନ ପ୍ରମୁଖ ଯୋଜନା ଓ ପଦକ୍ଷେପର ଅଗ୍ରଗତି ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ। ବୈଠକରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ, ଉଚ୍ଚଶିକ୍ଷା ସଚିବ ଡ. ବିନୀତ ଜୋଶୀ, ସ୍କୁଲ ଶିକ୍ଷା ଓ ସାକ୍ଷରତା ସଚିବ ଅନିଲ କୁମାରଙ୍କ ସମେତ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାରେ ପ୍ରହ୍ଲାଦ ଯୋଶୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖି ଏହି ନୂଆ ଦାୟିତ୍ୱ ଦେଇଛନ୍ତି। ଏହା ତାଙ୍କ ପାଇଁ ଏକ ନୂଆ କ୍ଷେତ୍ର ହୋଇଥିବାରୁ ସେ ମନ୍ତ୍ରାଳୟର କାର୍ଯ୍ୟପ୍ରଣାଳୀକୁ ବିସ୍ତୃତ ଭାବେ ବୁଝିବା ଓ ସମୀକ୍ଷା କରୁଛନ୍ତି।ସେ କହିଛନ୍ତି, “ଏହା ଏକ ବିଶାଳ ମନ୍ତ୍ରାଳୟ। ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଭଲଭାବେ ବୁଝିବା ପରେ ହିଁ ମୁଁ ଆଗାମୀ କାର୍ଯ୍ୟଯୋଜନା ଓ ବିଭିନ୍ନ ବିଷୟରେ ବିସ୍ତୃତ ଭାବେ ମତ ରଖିବି।”ଉଲ୍ଲେଖଯୋଗ୍ୟ ଯେ, ପ୍ରହ୍ଲାଦ ଯୋଶୀ ବର୍ତ୍ତମାନ ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାର୍ବଜନିକ ବିତରଣ ମନ୍ତ୍ରାଳୟର ଦାୟିତ୍ୱ ମଧ୍ୟ ସମ୍ଭାଳୁଛନ୍ତି। ନୂଆ ଦାୟିତ୍ୱ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି।