ଶଙ୍କରାଖୋଲ ଆଞ୍ଚଳିକ ଉଛ ମାଧ୍ୟମିକ ବିଦ୍ୟାଳୟରେ ଭୋଟର ସାକ୍ଷରତା ସଚେତନ ….
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ)ତା . ୦୭/୦୭/୨୦୨୬ ରିଖ : ଶଙ୍କରଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ ମଧ୍ୟମିକ ବିଦ୍ୟାଳୟରେ ଡ . ସନ୍ତୋଷ କୁମାର ପ୍ରଧାନଙ୍କ ଅଧକ୍ଷତାରେ ଭୋଟର ସାକ୍ଷରତା ସଚେତନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତୀଥି ଭାବେ ଫୁଲବାଣୀ ଉପ ଜିଲ୍ଲାପାଳ ଭିକାରୀ ସାହୁ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ନିର୍ବାଚନରେ ମତଦାତା ମାନଙ୍କର ଗୁରୁତ୍ବପୂର୍ଣ ଭୂମିକା ବିଷୟରେ ବୁଝାଇଥିଲେ l ସମ୍ମାନିତ ଅତିଥି ଭାବେ ଚକାପାଦ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦ ରଞ୍ଜନ ସାହୁ , ସହ ଉପଜିଲ୍ଲାପାଳ ହରିହର ପ୍ରଧାନ , ଅଫିସ ସହାୟକ ଜିତେନ୍ଦ୍ର ମରଥା ଗୋଗଦେଇ ଭୋଟ ଦାନର ଲକ୍ଷ ଓ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୮ ବର୍ଷ ବୟସର ସମସ୍ତ ଛାତ୍ରଛାତ୍ରୀ ଭୋଟର ତାଲିକାରେ ସେମାନଙ୍କର ନାମ ପଞ୍ଜି କରଣ କରିବାପାଇଁ ଓ ନିର୍ବାଚନରେ ସେମାନଙ୍କର ମତଦାନକୁ ନିଶ୍ଚିତ କରିବା ପାଇଁ ଏହି ସଭାରେ ଗୁରୁତ୍ଵ ଦିଅ ଯାଇଥିଲା l ବିଦ୍ୟାଳୟରେ ମତଦାନ କୁ ଆଧାରକରି ଛାତ୍ରଛାତ୍ରୀଙ୍କ ଭିତରେ ଏକ ପ୍ରତିଯୋଗୀତା କରାଯାଇଥିଲା ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ଦଳକୁ ଟ୍ରଫି ଦେଇ ପୁରସ୍କୃତ କରଯାଇଥିଲା ଏଥିରେ ତିନି ଜଣ BLO ଯୋଗଦେଇଥିଲେ । ଏଥିରେ ବିଦ୍ୟାଳୟର ଅଧ୍ୟାପକ ରାମକୃଷ୍ଣ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଟିକାବାଲି କଲେଜର ପ୍ରାକ୍ତନ ଅଧକ୍ଷ ଦୀନବନ୍ଧୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।ପରିଶେଷରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ କରଯାଇଥିଲା ଏଥିରେ ସମସ୍ତ ଅତିଥି ଏକ ଏକ ବୃକ୍ଷ ରୋପଣ କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ବୃକ୍ଷରୋପଣର ଉପକାରିତା ସମ୍ପର୍କରେ ସଚେତନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ରୀତାଞ୍ଜଳି ସାହୁ, ରୀନାରାଣୀ ପ୍ରଧାନ , ଡେମନଷ୍ଟେଟର ସଞ୍ଜୟ କୁମାର ନାୟକ ,ଏମ ବାଳକୃଷ୍ଣ ଡୋରା , ସନ୍ୟାସୀ ଜେନା , ବୈକୁଣ୍ଠ ନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
