ଦ୍ୱିତୀୟ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ର ଶେଷ ଦିନରେ ଜିଲ୍ଳାପାଳ ଷ୍ଟଲ ବୁଲିଲେ, ଜିନିଷ କିଣିଲେ

ଦ୍ୱିତୀୟ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ର ଶେଷ ଦିନରେ ଜିଲ୍ଳାପାଳ ଷ୍ଟଲ ବୁଲିଲେ, ଜିନିଷ କିଣିଲେ

ଦ୍ୱିତୀୟ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ର ଶେଷ ଦିନରେ ଜିଲ୍ଳାପାଳ ଷ୍ଟଲ ବୁଲିଲେ, ଜିନିଷ କିଣିଲେ … କନ୍ଧମାଳ :- ତା,୨୦/୦୪(ରିପୋର୍ଟ କୁନା ଦିଗାଲ ) ଦ୍ୱିତୀୟ କନ୍ଧମାଳ ଲୋକ ମହୋତ୍ସବ ଓ ବାଣି ଜ୍ୟ ମେଳା- ୨୬ ର ଶେଷ ଦିନରେ କନ୍ଧମାଳ ଜିଲ୍ଲା ପାଳ ବେଦ ଭୂଷଣ ରାତିରେ ମେଳା ରେ ବିଭିନ୍ନସ୍ଵୟଂ ସହାୟକ ଗୋଷ୍ଠୀ ଓ ଜେଲ୍ ପକ୍ଷରୁ ଖୋଲାଯାଇଥିବା ଷ୍ଟଲ ବୁଲି ଖୁସି ବ୍ୟକ୍ତ କରିବା ସହ ବ୍ରହ୍ମପୁର ଆଚାର ଷ୍ଟଲ ରୁ କିଛି ଜିନିଷ କିଣିଥିଲେ l ସେହିପରି କମଳା ପ୍ରକାଶିନି ବହି ଷ୍ଟଲ ବୁଲି ନିଜ ପାଇଁ କିଛି ବହି ମଧ୍ୟ କିଣିଥିଲେ l ଜିଲ୍ଲା ପାଳ ଷ୍ଟଲ ବୁଲିବା ଫଳରେ ବ୍ୟବସାୟୀ ମାନେ ଖୁସି ବ୍ୟକ୍ତ କରିଥିଲେ l ଜିଲାପାଳ ଙ୍କ ସହ ବାଣିଜ୍ୟ ମେଳା ଅଧ୍ୟକ୍ଷତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ସାମ୍ବାଦିକ ତଥା ଉପାଧ୍ୟକ୍ଷ ରାଧାମୋହନ ମହାପାତ୍ର , ସଦସ୍ୟ ମହମ୍ମଦ ଚିଷ୍ଟୀ ପ୍ରମୁଖ ଉପସ୍ଥିତ ଥିଲେ l ବାଣିଜ୍ୟ ମେଳା ସୁନ୍ଦର୍ ଓ ଆକର୍ଷଣୀୟ ହୋଇଥିବା ଜିଲାପାଳ କହିଥିଲେ l ସୂଚନା ଯୋଗ୍ୟ ଯେ, ଏହି ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା କୁ ଗତ ଏପ୍ରିଲ୍ ୮ରେ ଜିଲାପାଳ ବେଦ ଭୂଷଣ ଓ ଏସପି ହରିଶ୍ ବିଶି ଉଦଘାଟନ କରିଥିଲେ l ଶେଷ ଦିବସ ରେ ଜିଲାପାଳ ଦ୍ଵିତୀୟ ଥର ମେଳା ବୁଲିବାକୁ ଆସିଥିଲେ l ଜିଲ୍ଲା ପ୍ରଶାସନ ଅlନ୍ତରିକତା ର ସହ ସାହାଯ୍ୟ ସହଯୋଗ କରିଥିବାରୁ ବାଣିଜ୍ୟ ମେଳା ଅଧକ୍ଷ ସୁନୀଲ ପଟ୍ଟନାୟକ କମିଟି ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଛନ୍ତି l