ଲିଙ୍ଗିପୁର ଗ୍ରାମ ରେ ବାରାହା ଆତଙ୍କ ।
ଗଜପତି,9.11(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଲିଙ୍ଗିପୁର ଗ୍ରାମ ରେ ବାରାହା ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଗ୍ରାମ ବାସୀ କହିଛନ୍ତି ଗତକିଛି ଦିନ ତଳେ ବନ୍ୟା ହୋଇ ଧାନ ଫସଲ ନଷ୍ଟ ହୋଇଯାଇଥିବା ବେଳେ,ଏବେ ବାରାହା ପହି ଫସଲ ନଷ୍ଟ କରିଦେଉଛି । ( ବୋଝ ଉପରେ ଲଳିତା ବିଡା ) ।ଏ ନେଇ ସମାଜ ସେବୀ ଲୋଲା ସିଭା ଓ ଚାଷୀ ଭାଇମାନେ ବନ ବିଭାଗକୁ ଜଣାଇଥିଲେ । ବନ ବିଭାଗ କର୍ମଚାରୀ ଆସି ଦେଖି ପଳଉଇଛନ୍ତି । ଚାଷୀ ଭାଇମାନେ ଏହା ବି କହିଛନ୍ତି ଯେ ସେମାନେ ଦିନରେ , ଦିନ ମଜୁରିଆ ଯାଇ ରାତ୍ରରେ ଫସଲ ଜମି ଜଗି ବସୁଛନ୍ତି । ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରି କରି ଥକି ଗଲେଣି ଶେଷରେ ଚାଷୀ ଭାଇମାନେ ଅସହାୟ ହୋଇପଡିଛନ୍ତି । ମିଡିଆ ମାଧ୍ୟମରେ ସରକାରଙ୍କ ପାଖରେ ଗୁହାରି କରୁଛନ୍ତି । ବାରାହା ପାଇଁ କିଛି ପଦକ୍ଷେପ ନିଆଯାଉ ଏବଂ ଯେଉଁମାନଙ୍କ ଫସଲ ନଷ୍ଟ ହୋଇଯାଇଛି ସେମାନଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଉ ।
