ରାୟଗଡ ବାସୀ ଭରସା କରିବେ କାହାକୁ ବିଜେଡି, ବିଜେପି, କଂଗ୍ରେସ ନା ବିଏସ ଏମ କୁ

ରାୟଗଡ ବାସୀ ଭରସା କରିବେ କାହାକୁ ବିଜେଡି, ବିଜେପି, କଂଗ୍ରେସ ନା ବିଏସ ଏମ କୁ

ରାୟଗଡ ବାସୀ ଭରସା କରିବେ କାହାକୁ ବିଜେଡି, ବିଜେପି, କଂଗ୍ରେସ ନା ବିଏସ ଏମ କୁ

ରାୟଗଡ ( info media) ଆଗାମୀ ପଂଚାୟତ ଓ ପୌର ନିର୍ବାଚନ କୁ ନେଇ ରାୟଗଡ ଜ଼ିଲ୍ଲା ରେ ବିଜେଡି ବିଜେପି କଂଗ୍ରେସ ଓ ବିଏସଏମ ନିଜ ନିଜ ର ଦଳୀୟ କାର୍ଯ୍ୟକ୍ରମ ଆରମ୍ଭ କରିବାର ଦେଖିବାକୁ ମୁଳୁଛି l ଗତ ସେପ୍ଟେମ୍ବର 2025 ରେ ରାୟଗଡ ଜ଼ିଲ୍ଲା ଭିଜେଡି ସଭାପତି ଭାବେ ଜଗନ୍ନାଥ ସାରକା କୁ ଦାୟିତ୍ୱ ଦେବା ପରେ ବିଜେଡି ରୁ ଏନ ଭାସ୍କର ରାଓ ଇସ୍ତଫା ଦେଇ ଗତ 2025 ସେପ୍ଟେମ୍ବର ମାସ 9 ତାରିଖ ରେ ବିଜୁ ସ୍ୱାଭିମାନ ମଞ୍ଚ ଗଠନ କରିଥିଲେ l ଏହା ଏକ ସମାଜ ସେବା କରିବା ଏହି ମଞ୍ଚ ର ଲକ୍ଷ୍ୟ ବୋଲି କହିଥିଲେ କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତ ରେ କୋଳନରା, କୋତାପେଟା ଓ ଚନ୍ଦ୍ରପୁର ଠାରେ ବିଏସଏମ ର ଏକ ସମାବେଶ କରି ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ରେ ବିଏସଏମ ପ୍ରାର୍ଥୀ ଦେବା ନିମନ୍ତେ ଘୋଷଣା କରିଛନ୍ତି l ଠିକ ସେହିପରି ବିଜେଡି ମଧ୍ୟ୍ୟ ଗତ ସାଧାରଣ ନିର୍ବାଚନ ରେ ବିଜେଡି ର ଶୋଚନୀୟ ପରାଜୟ ପରେ ଜ଼ିଲ୍ଲା ସଭାପତି ଦାୟିତ୍ୱ ଜଗନ୍ନାଥ ସାରକା ଙ୍କୁ ମିଳିବା ପରେ ସାରକା ଜ଼ିଲ୍ଲା ର ସମସ୍ତ ଅଞ୍ଚଳ ବୁଲି ବୁଲି ବିଜେପି ସରକାର ଙ୍କ. ବିଫଳତା ସହିତ ଶିକ୍ଷା କ୍ଷେତ୍ରରେ କିପରି ଭାବେ ବ୍ୟାପକ ତ୍ରୁଟି ପରିଲିକ୍ଷିତ ହୋଇଛି ତାହା ଲୋକଲୋଚନ କୁ ଆଣି ବିଜେଡି ଉପରେ ଭରସା ଓ ବିଶ୍ୱାସ କରିବା ନିମନ୍ତେ ଲାଗିପଡିଛନ୍ତି l ନବୀନ ପଟ୍ଟନାୟକ ଲୋକଙ୍କ ସେବା ନିମନ୍ତେ କାମକରିଆସିଛନ୍ତି ଓ ଭବିଷ୍ୟତ ରେ ମଧ୍ୟ୍ୟ କାମ କରିବେ ସେଥିପାଇଁ ବିଜେଡି କୁ ମଜବୁତ କରିବା ପାଇଁ ଜନସାଧାରଣ ଙ୍କ ସହଯୋଗ ଲୋଡିଛନ୍ତି l ଜ଼ିଲ୍ଲା ରେ ବିଜେପି ର ଗୋଷ୍ଠି ବିବାଦ ଦଳୀୟ ସଂଗଠନ ଠାରୁ ବହୁଦୂରେ ରହିଥିବା ର ଦେଖିବାକୁ ମିଳୁଛି l ଗତ ସାଧାରଣ ନିର୍ବାଚନ ରେ ରାଜ୍ୟର 21 ଗୋଟି ଲୋକସଭା ନିର୍ବାଚନ ରେ ବିଜେପି ର 20ଜଣ ସାଂସଦ ନିର୍ବାଚିତ ହୋଇଥିବା ବେଳେ କୋରାପୁଟ ଲୋକସଭା ରେ ବିଜେପି ପରାଜୟ ହେବା ସହିତ ରାୟଗଡ ଜ଼ିଲ୍ଲା ରେ ବିଜେପି ତିନି ଗୋଟି ବିଧାନସଭା ରେ ପରାଜୟ କରିଥିଲା l ରାୟଗଡ ଜ଼ିଲ୍ଲା ରେ ବିଜେପି ର ବିଧାୟକ ନଥିବା ରୁ ବିଜେପି ର ସଂଗଠନ ଅତି ଦୁର୍ବଳ ହେବାର ଦେଖିବାକୁ ମିଳୁଛି l କୋଣ୍ଡା ବାବୁ ବିଜେପି ରେ ଗତ 2024 ଅଗଷ୍ଟ ରେ ବିଜେପି ରେ ଯୋଗଦାନ ଦେବାପରେ ଦଳକୁ ମଜବୁତ କରିବା ନିମନ୍ତେ ଲାଗିପଡିଛନ୍ତି l ବିଜେପି ର ଜ଼ିଲ୍ଲା ରେ ଅଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ବିଜେପି ର ସଂଗଠନ ଅତିଦୁର୍ବଳ ଥିବା ର ଦେଖିବାକୁ ମିଳିଛି l ଏଥିମଧ୍ୟରେ କଂଗ୍ରେସ ଗତ ନିର୍ବାଚନ ରେ ସାଂସଦ ଓ ଜ଼ିଲ୍ଲା ରେ ତିନି ଗୋଟି ବିଧାୟକ ବିଜୟ ହୋଇ ଜନସାଧାରଣ ଙ୍କ ଭରସା ରେ ରହିଥିବା କଂଗ୍ରେସ ନେତା ମନେ କହୁଛନ୍ତି l ବର୍ତ୍ତମାନ ର ଏହି ପରିସ୍ଥିତି ରେ ରାୟଗଡ ଜନସାଧାରଣ ବିଜେଡି ବିଜେପି କଂଗ୍ରେସ ନା ବିଏସଏମ କୁ ଭରସା କରିବେ ବୋଲି ରାଜନୈତିକ ସମୀକ୍ଷକ ମନେ ଆଲୋଚନା କରୁଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ