କଇଁଝର ହାଇସ୍କୁଲ ଖେଳ ପଡ଼ିଆରେ ଆମ ପୋଲିସ ଓ ନିଶା ମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ

କଇଁଝର ହାଇସ୍କୁଲ ଖେଳ ପଡ଼ିଆରେ ଆମ ପୋଲିସ ଓ ନିଶା ମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ

କଇଁଝର ହାଇସ୍କୁଲ ଖେଳ ପଡ଼ିଆରେ ଆମ ପୋଲିସ ଓ ନିଶା ମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ…..

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଇଁଝର ଗ୍ରାମପଞ୍ଚାୟତ ନିକଟସ୍ଥ ହାଇ ସ୍କୁଲ ଖେଳପଡିଆ ରେ ଟିକାବାଲି ଥାନା ଭାର ପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଶିବରଞ୍ଜନ ସିଙ୍ଗାଙ୍କ ଅଧ୍ୟକ୍ଷତା ରେ ମୋ ପୋଲିସ ଏବଂ ନିଶା ମୁକ୍ତ ପାଇଁ ଏକ ଭାଇ ଚାରାର କୁ ବଜାଇ ରଖିବା ପାଇଁ ଭଲି ବଲ ଟୁର୍ନାମେଣ୍ଟ ଆୟୋଜନ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମଞ୍ଚାସିନ ଅତିଥିଭାବେ କଇଁଝର ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରୁନିତା କହଁର, ପୂର୍ବତନ ଶ୍ରୀ ପ୍ରକାର କହଁର, ଶ୍ରୀ ଯସେଫ ମଲିକ, ନାଏବ ସରପଞ୍ଚ , ରବିନାରାୟଣ ବିଷୟୀ, ଟିକାବାଲି ପୋଲିସ ବିଭାଗ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ଅଞ୍ଚଳ ରେ ନିଶା ମୁକ୍ତ ହେବା ଏବଂ ଜନସାଧାରଣ ଙ୍କ ସହିତ ଅସ୍ଥା ଭାଜନ ହେବା, ପରସ୍ପର ଭିତରେ ଭାଇ ଚାରା କୁ ସ୍ୱଦୃଡ଼ କରିବା ପାଇଁ ଥାନା ଅଧିକାରୀ ଏବଂ ଉପସ୍ଥିତ ଅତିଥି ବୃନ୍ଦ ନିଜର ବକ୍ତବ୍ୟ ରଖିଥିଲେ l ଏହି ଖେଳରେ ଭାଗ ନେଇଥିଲେ ସୁପର ସିକ୍ସ ଡ଼ି , ରିଙ୍ଗ ଷ୍ଟାର ସି ,ଡକପଦର ସହିତ ଟିକାବାଲି ପୋଲିସ ଟିମ, ସ୍ମାର୍ଟ ସିକ୍ସ ବି, ବ୍ରଦର ସିକ୍ସ ଏ l ଶେଷରେ ସ୍ମାର୍ଟ ସିକ୍ସ ସହିତ ଡକପଦର ସହିତ ଗମାଘଟ ଖେଳ ରେ ଦର୍ଶକ ଉପଭୋଗ କରିଥିଲେ ଏବଂ ଡକପଦର କୁ ପରାସ୍ତ କରି ସ୍ମାର୍ଟ ସିକ୍ସ ବିଜୟୀ ହୋଇଥିଲା l ଉଭୟ ଖେଳାଳିଙ୍କୁ ଅତିଥିଙ୍କ ଦ୍ୱାରା ସାର୍ଟିଫିକେଟ ଦେବା ସହିତ ପୁରସ୍କାର ବିତରଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ସୁନ୍ଦର କରିବା ପାଇଁ ଅଞ୍ଚଳ ର ଭଲି ଖେଳ ରେ ପ୍ରିୟ ଖେଳାଳି ଙ୍କୁ ସୁଯୋଗ ଦେଇ ପରସ୍ପର ମଧ୍ୟରେ ସୁନ୍ଦର ଭାବରେ ଖେଳ ଆରମ୍ଭ କରି ଜନସାଧାରଣ ଙ୍କୁ ଖେଳର ଉପଭୋଗ ବା ମନୋରଞ୍ଜନ କରିଥିଲେ l ଏହି ଖେଳ କୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ, ରବିନାରାୟଣ ବିଷୟୀ ଏବଂ ଖେଳ ପରିଚାଳକ l ଯାହାକି ଅଞ୍ଚଳ ପାଇଁ ଏକ ଆମ ପୋଲିସ କାର୍ଯ୍ୟକ୍ରମ ଉଦାହରଣ ସୃଷ୍ଟି କରିଥିବା ସହିତ ଏହି ପରି କାର୍ଯ୍ୟକ୍ରମ ପାଇଁ ଅଞ୍ଚଳ ବାସୀ ଥାନା ଅଧିକାରୀଙ୍କୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି l