ବୃନ୍ଦାବନ ନଗର ( ସୁନାରି ଘାଇ ଛକ ) ର ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ପାଇଁ ଦୃଢ ଦାବୀ ସ୍ୱତେ ସର୍ତ୍ତମୂଳକ ଭାବେ ଖୋଲିଲା ମଦ ଦୋକାନ

ବୃନ୍ଦାବନ ନଗର ( ସୁନାରି ଘାଇ ଛକ ) ର ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ପାଇଁ ଦୃଢ ଦାବୀ ସ୍ୱତେ ସର୍ତ୍ତମୂଳକ ଭାବେ ଖୋଲିଲା ମଦ ଦୋକାନ

ବୃନ୍ଦାବନ ନଗର ( ସୁନାରି ଘାଇ ଛକ ) ର ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ପାଇଁ ଦୃଢ ଦାବୀ ସ୍ୱତେ ସର୍ତ୍ତମୂଳକ ଭାବେ ଖୋଲିଲା ମଦ ଦୋକାନ

ରାୟଗଡ ( info media) ରାୟଗଡ ଜ଼ିଲ୍ଲା ପଦ୍ମବ୍ଲକ ସଦର ମୋହକୁମା ର ଇନ୍ଦୁପୁର ମୋୖଜ଼ା ର ଖାତା ନମ୍ବର 29/463 ପ୍ଲଟ ନମ୍ବର 135/2/608 ଅଧୀନରେ ବୃନ୍ଦାବନ ନଗର ( ସୁନାରି ଘାଇ ଛକ ( ଠାରେ ଚାଲିଥିବା ବିଦେଶୀ ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନ ରକର୍ମକର୍ତା ଙ୍କ ସହିତ ବହୁ ମହିଳା ପଦ୍ମପୁର ତହସିଲଦାର, ଗୋଷ୍ଠୀ ଉନୟନ ଅଧିକାରୀ, ସରପଞ୍ଚ, ଉପଜ଼ିଲ୍ଲାପାଳ ଗୁଣୁପୁର, ଅବକାରୀ ନିରୀକ୍ଷକ ଗୁଣୁପୁର ଙ୍କୁ ଦୀର୍ଘ, 6 ମାସ ଧରି ଲିଖିତ ଅଭିଯୋଗ କରିଥିଲେ ମଧ୍ୟ୍ୟ କୌଣସି ସୁଫଳ ମିଳିନଥିବାରୁ ପଦ୍ମପୁର ସହର ର ବୃନ୍ଦାବନ ନଗର ର ଜନାର୍ଦନ ବକ୍ସି,ଉଜ୍ୱଳ ହୋତା,ସ୍ବାଗତ ପଣ୍ଡା .କୋତାପିଲି ନାଗେଶ୍ୱର ,ହରି ଚନ୍ଦ୍ର ମହାନ୍ତି,ଶ୍ରୀନିବାସ ରାଓ,ଏମ କଲ୍ୟାଣୀ, କିଶୋର ରାଓ,ରଞ୍ଜନସାହୁ,ପି ଅଖିଳ ରେଡି, ଗଦାଧର ସାହୁ,ରମେଶ ଚନ୍ଦ୍ର ପଣ୍ଡା ଜାଜାତି କେଶରୀ ବୋକ୍ସି,ରାଧା ଲତା ପଣ୍ଡା,ପି ମାନୀକାଣ୍ଠା ଙ୍କ ବହୁ ମହିଳା ଓ ପୁରୁଷ ରାୟଗଡ ଜ଼ିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କୁ ଗତଜୁନ ମାସ 22. ତାରିଖ ରେ କୋଳନରା ବ୍ଲକ ରେ ଜ଼ିଲ୍ଲାପାଳ ଙ୍କୁ ସାକ୍ଷାତ କାରି ଏହି ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ପାଇଁ ନିବେଦନ କରିଥିଲେ l ଜ଼ିଲ୍ଲାପାଳ ଅଭିଯୋଗ ଶୁଣିଲା ପରେ ଉଚିତ ପଦକ୍ଷେପ ନିଆଯିବ ବୋଲି ଅଭିଯୋଗ କାରିକୁ କହିଥିଲେ l ସୂଚନା ଯୋଗ୍ୟ ଯେ ଏହି ବିଦେଶୀ ମଦ ଦୋକାନ ଟି ଏକ ଆପାର୍ଟମେଣ୍ଟ ତଳେ ଖୋଲାଯାଇଛି ଏହି ଆପାର୍ଟମେଣ୍ଟ ରେ ବହୁ ଭଦ୍ର ବ୍ୟକ୍ତି ପରିବାର ସହିତ ଓ କଲେଜ ର ଛାତ୍ରୀ ମାନେ ଘର ଭଡା ନେଇ ରହୁଛନ୍ତି l ଏହି ମଦ ଦୋକାନ ନିକଟରେ ତ୍ରିବେଣୀ କଲେଜ, ଖିଲାମୁଣ୍ଡା ମା ଙ୍କ ମନ୍ଦିର, ବସ ରହଣି ସ୍ଥଳ, ଦୈନିକ ବଜ଼ାର ଅବସ୍ଥିତ l ଏହି ତ୍ରିବେଣୀ କଲେଜ କୁ ପଢିବା ନିମନ୍ତେ ବହୁ ଛାତ୍ରୀ ମାନେ ଏହି ରାସ୍ତା ଦେଇ ଯିବା ଆସିବ କରିଥାନ୍ତି l ଏହି ଆପାର୍ଟମେଣ୍ଟ ଓ ଏହି ମଦ ଦୋକାନ କୁ ଲାଗି ରହିଥିବା ଦୁଇଟି ସାହିର ଜନସାଧାରଣ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି ଏହି ମଦ ଦୋକାନ ରୁ ମଦ କିଣି ବୀଚ ରାସ୍ତାରେ ମଦ ପିଉ ଥିବା ରୁ ଏହି ରାସ୍ତା ଦେଇ ଯିବା ଆସିବାକୁ ମହିଳା ମାନେ ସୁରକ୍ଷିତ ମନେ କରୁନାହାନ୍ତି l ଖୁଲାମୁଣ୍ଡା ମା ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷା ରେ କମେଣ୍ଟ କରୁଥିବା ସ୍ଥାନୀୟ ବାସି ଅଭିଯୋଗ କରିଛନ୍ତି lଅଭିଯୋଗ କାରି ମନେ କହିଛନ୍ତି ଯେ ଏହି ଆପାର୍ଟମେଣ୍ଟ ର ମାଲିକ ମଦ ଦୋକାନ ଭଡା କୁ ମୋଟା ଟଙ୍କା ଭଡା ସୂତ୍ର ରେ ଆଦାୟ କରୁଛନ୍ତି କିନ୍ତୁ ଆପାର୍ଟମେଣ୍ଟ ଓ ଆଖ ପାଖ ସାହିରେ ରହୁଥିବା ମହିଳା ମନେ କିପରି ଏହି ସ୍ଥାନ ରେ ରହିବେ ତାହା ଭାବୁନାହାନ୍ତି l ଜ଼ିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ରେ ପଦ୍ମପୁର ର ରମେଶ ଚନ୍ଦ୍ର ପଣ୍ଡା, କିଶୋର ରାଓ, କୋତାପିଲି ନାଗେଶ୍ୱର ଜ଼ିଲ୍ଲାପାଳ ଙ୍କୁ ମିଶି ଅଭିଯୋଗ କରିଥିଲେ l ପରବର୍ତୀ ମୁହୂର୍ତ୍ତ ରେ ଚଳିତ ମାସ 7 ତାରିଖ ରେ ପଦ୍ମପୁର ଗାୟତ୍ରୀ ମନ୍ଦିରରେ ପ୍ରାଙ୍ଗଣରେ ଏକ ବୈଠକ ମଦ ବିରୋଧୀ ଆନ୍ଦୋଳନ କାରି, ମଦ ବ୍ୟବସାୟୀ ବି ସନ୍ତୋଷ କୁମାର, ପ୍ରକାଶ କୋଣ୍ଡାଗିରି ସରପଞ୍ଚ ପଦ୍ମପୁର, ରମେଶ ସାହୁ ପଦ୍ମପୁର ବ୍ଲକ ଉପାଦକ୍ଷ ଙ୍କ ମଧ୍ୟ୍ୟ ରେ ଏକ ନିଷ୍ପତି ହୋଇଥିଲା ଏହି ସ୍ଥାନ ରେ ଆସନ୍ତା, 6/9/2026 ପର୍ଯ୍ୟନ୍ତ ମଦ ଦୋକାନ ଖୋଲିବା ନିମନ୍ତେ l ଏହି ନିଷ୍ପତି ଅନୁଯାଇ ବି ସନ୍ତୋଷ କୁମାର ମଦ ଦୋକାନ ମାଲିକ ଏକ ଲିଖିତ ବତନ ପତ୍ର ରେ ଆସନ୍ତା 6/9/2026 ପର୍ଯ୍ୟନ୍ତ ଇନ୍ଦୁପୁର ମୌଜା ର ଖାତା ନମ୍ବର, 29/463 ଓ ପ୍ଲଟ ନମ୍ବର 135/2/608 ରେ ଦୋକାନ ଖୋଲିବି ଏହି ତାରିଖ ପର ଠାରୁ ମୁଁ ଅନ୍ୟତ୍ର ଏହି ଦୋକାନ ସ୍ଥାନାନ୍ତର କରିବି ଜଦି ଦୋକାନ ସ୍ଥାନାନ୍ତର ନ କରିଲେ ବୃନ୍ଦାବନ ନଗର ବାସୀ ମୋ ବିରୋଧ ରେ ଆଇନ ଗତ କାର୍ୟନୁଷ୍ଠାନ ନେଇ ପାରିବେ ବୋଲି ଆଇନଜୀବୀ ରାଜୀବ ଲୋଚନ ପାଢ଼ୀ ଦ୍ୱାରା ଲିଖିତ ଚୁକ୍ତିନାମା ଦେଇଛନ୍ତି l ଏହି ଚୁକ୍ତିନାମା ରେ ସାକ୍ଷ ରୂପେ ରମେଶ ଚନ୍ଦ୍ର ପଣ୍ଡା, କୋଣ୍ଡାଗିରି ପ୍ରକାଶ ସରପଞ୍ଚ, ବ୍ଲକ ଉପାଦକ୍ଷ ରମେଶ ସାହୁ ଦସ୍ତଖତ କରିଛନ୍ତି l ବି ସନ୍ତୋଷ କୁମାର ଙ୍କ ସର୍ତ୍ତ ରେ ଆନ୍ଦୋଳନ କାରି ରାଜି ହୋଇ ତିନି ମାସ ନିମନ୍ତେ ମଦ ଦୋକାନ ଖୋଲିବା କୁ ରାଜିହୋଥିବା ରୁ ମଦ ଦୋକାନ ଖୋଲିଛି l ନିର୍ଧାରିତ ସମୟରେ ଏହି ମଦ ଦୋକାନ ବନ୍ଦ ନ ହେଲେ ଦୋକାନ ରେ ତାଲା ପକାଇ ଦିଆଯିବ ବୋଲି ବୃନ୍ଦାବନ ନଗର ବାସୀ କହିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ