ରାତିରେ ତେଲ ଆସୁଛି କିନ୍ତୁ ସକାଳୁ ସରିଯାଉଛି: ବଡ଼ ବଡ଼ ବ୍ୟାରେଲରେ ବୋହି ନେଉଛନ୍ତି,

ରାତିରେ ତେଲ ଆସୁଛି କିନ୍ତୁ ସକାଳୁ ସରିଯାଉଛି: ବଡ଼ ବଡ଼ ବ୍ୟାରେଲରେ ବୋହି ନେଉଛନ୍ତି,

ରାତିରେ ତେଲ ଆସୁଛି କିନ୍ତୁ ସକାଳୁ ସରିଯାଉଛି: ବଡ଼ ବଡ଼ ବ୍ୟାରେଲରେ ବୋହି ନେଉଛନ୍ତି, ବିରୋଧ କରୁଛନ୍ତି… ଗଜପତି ୨୩।୬(ମନୋଜ କୁମାର ପାଢୀ): ବଡ଼ବଡ଼ ବ୍ୟାରେଲରେ ପେଟ୍ରୋଲ ଡିଜେଲ ଦିଆଯିବା ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ଦେଖୁବାକୁ ମିଳିଛି। ଗଜପତି ଜିଲା ମୋହନା ବ୍ଲକ ଲୁହାଗୁଡ଼ି ୩୨୬ ଜାତୀୟ ରାଜପଥରେ ଥିବା ଗୌରୀ ଫିଲିଂ ଷ୍ଟେଶନରେ ସ୍ଥାନୀୟ ଲୋକଙ୍କ ବିରୋଧ ଦେଖିବାକୁ ମିଳିଥିଲା। ପେଟ୍ରୋଲ ପମ୍ପକୁ ରାତିରେ ତେଲ ଆସୁଛି କିନ୍ତୁ ସକାଳୁ ସରିଯାଉଛି। ଏତେ ଶୀଘ୍ର ପେଟ୍ରୋଲ ଡିଜେଲ ସରିବା ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ଅଞ୍ଚଳବାସୀ ଅଭିଯୋଗ କରିବା କଥା କି ନିକଟରେ ଥିବା ମୋହନା ଏବଂ ଅଡବାରେ ପେଟ୍ରୋଲ ଟାଙ୍କି ଥିଲେ ମଧ୍ୟ ସେଠାରେ ବ୍ୟାରେଲରେ ଦିଆଯାଉନାହିଁ କେବଳ ଗାଡ଼ିରେ ହିଁ ଦିଆଯାଉଛି। ଲୁହାଗୁଡ଼ି ଟାଙ୍କିରେ କାହିଁକି ଦିଆଯିବ।ବହୁ ଦୂର ଦୁରାନ୍ତରୁ ବଡ଼ ବଡ଼ ବ୍ୟାରେଲ ଧରି ଆସିଲେ ସେମାନଙ୍କୁ ପେଟ୍ରୋଲ ଡିଜେଲ ଦିଆ ଯାଉଛି। ସେହି ପେଟ୍ରୋଲ ଡିଜେଲ ନେଇ କିଛି ଅସାଧୁ ବ୍ୟକ୍ତି ରାସ୍ତା କଡରେ ଲୋକଙ୍କୁ ଚଢା ଦରରେ ବିକ୍ରି କରୁଛନ୍ତି। ଅସାଧୁ ଲୋକଙ୍କ ପାଇଁ ସ୍ଥାନୀୟ ଲୋକଙ୍କଠାରୁ ଚାଷୀଙ୍କୁ ତେଲ ମିଳି ପାରୁନାହିଁ। ଫଳରେ ଚାଷୀଙ୍କ ସହ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ପେଟ୍ରୋଲ ପମ୍ପ ମାଲିକ ଆଗକୁ ବ୍ୟାରେଲରେ ଦିଆଯିବ ନାହିଁ କହିବା ପରେ ଶାନ୍ତ ପଡିଥିଲେ ସ୍ଥାନୀୟ ଲୋକେ।