ରକ୍ତ ଭଣ୍ଡାର ରେ ସ୍ଥାୟୀ ଡାକ୍ତର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବ୍ୟବସ୍ଥା କୁ ନେଇ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଘେରିଲା ନିଷ୍ଠା ପରିବାର.
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୦୫-୦୫-୨୦୨୬ (ମଙ୍ଗଳ ବାର)ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବିଭିନ୍ନ ସମସ୍ୟା ଓ ବରଗଡ଼ ରକ୍ତ ଭଣ୍ଡାର ର ଅବ୍ୟବସ୍ଥା କୁ ନେଇ ଆଜି ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ବୁଖ ରେ ଧାରଣା ଦେବା ସହ ଦୁଇଟି ଦାବି ପତ୍ର ପ୍ରଦାନ କରିଥିଲା ନିଷ୍ଠା ପରିବାର। ବରଗଡ଼ ରକ୍ତ ଭଣ୍ଡାର ରେ ଏକ ସ୍ଥାୟୀ ବ୍ଲଡ ବ୍ୟାଙ୍କ ଅଧିକାରୀ ଡାକ୍ତର ରହିବା କଥା ସିଡିଏମଓ ଦାୟିତ୍ୱ ବି ଦେଇଛନ୍ତି ଡାକ୍ତର ଚିତ୍ତ ରଞ୍ଜନ ପଣ୍ଡା ଙ୍କୁ କେବଳ ନାମ କୁ ମାତ୍ର । ଶ୍ରୀ ପଣ୍ଡା କେବେ ବି ରକ୍ତ ଭଣ୍ଡାର ଆସୁନଥିବା ବେଳେ ତାଙ୍କୁ ପଚାରିଲେ କହୁଛନ୍ତି ମୋ ଉପରେ ଆହୁରି ଅନେକ ଦାୟିତ୍ୱ ଦେଇଛନ୍ତି ସିଡିଏମଓ ମୋର ରକ୍ତ ଭଣ୍ଡାର ପାଇଁ ସମୟ ହେଉନାହିଁ। ଜଣେ ସ୍ଥାୟୀ ଡାକ୍ତର ନ ଥିବାରୁ ରକ୍ତ ଭଣ୍ଡାର ରେ ଅନେକ ଅସୁବିଧା ହେଉଛି। ରକ୍ତ ଭଣ୍ଡାର ର ସୁରକ୍ଷା ଓ ଦଲାଲ ମାନଙ୍କୁ ଏଡ଼ାଇବା ପାଇଁ ୨୪ଘଣ୍ଟା ସିକ୍ୟୁରିଟି ଗାର୍ଡ ର ନିତାନ୍ତ ଆବଶ୍ୟକତା ଥିବା ବେଳେ କେହି କର୍ଣ୍ଣ ପାତ କରୁନାହାନ୍ତି। ଠିକ ସେହି ପରି ସେ ପଟେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ କୁ ରେଫର ହସ୍ପିଟାଲ କହିଲେ ଅତ୍ୟୁକ୍ତି ହେବ ନାହିଁ।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବରଗଡ଼ ଉପରେ ଅନେକ ରୋଗୀ ଙ୍କ ଆଶା ଓ ଭରଷା ଅଛି କିନ୍ତୁ ରୋଗୀ ଏ ହସ୍ପିଟାଲ କୁ ଆସିଲେ ତୁରଂତ ତାଂକୁ ବୁର୍ଲା ରେଫର କରାଯାଉଛି।ଏକ ବିରାଟ କାୟ କ୍ୟାନସର ହସ୍ପିଟାଲ ରେ ବର୍ତ୍ତମାନ ତାଲା ଝୁଲୁଛି। ଏପରିକି ହାତ ଗଣତି କିଛି କେମୋ କୁ ଛାଡି ଦେଲେ କେମୋ ମଧ୍ଯ ହେଉନାହିଁ। ତାହା ପୁଣି ଟ୍ରେନିଂ ପ୍ରାପ୍ତ ଜଣେ ମେଡିସିନ ଡାକ୍ତର କରୁଛନ୍ତି। ଡାକ୍ତରଖାନା ପରିସର ରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡି ରହିଛି। ଡାକ୍ତର ରକ୍ତ ପରୀକ୍ଷା ଲେଖିବା ପରେ ରୋଗୀ ଚାରି ଚାରି ଥର ଲମ୍ବା ଲାଇନ ରେ ଛିଡା ହୋଇ ରକ୍ତ ପରୀକ୍ଷା କରୁ କରୁ ୧୨ଟା ଉପରେ ହେଇ ଯାଉଛି ପରୀକ୍ଷା ରିପୋର୍ଟ ଆସିବା ପରେ ଡାକ୍ତର ଙ୍କ ସମୟ ସମାପ୍ତ ହେତୁ ରୋଗୀ ନାହିଁ ନ ଥିବା ହଇରାଣ ହେବା ସହ ପୁଣି ଆଉ ଦିନେ ଆସି ଡାକ୍ତର ଙ୍କୁ ଦେଖାଉଛନ୍ତି। ପୁରଣା ରକ୍ତ ଭଣ୍ଡାର ମଧ୍ଯ ଚାଲିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ନୂଆଁ ରକ୍ତ ଭଣ୍ଡାର କୁ ବି ଯଥା ଶୀଘ୍ର କାର୍ଯ୍ୟକ୍ଷମ କରାଯାଉ । ଆଗ ଅପେକ୍ଷା କର୍ମଚାରୀ ସଂଖ୍ୟା ବହୁତ ଭଲ ଥିବା ସତ୍ତ୍ୱେ ସଠିକ୍ managment ର ଅଭାବ ଯୋଗୁ ରୋଗୀ ହଇରାଣ ହେଉଛନ୍ତି।ଏ ସବୁ ସମସ୍ୟା ର ସମାଧାନ ଯଥା ଶୀଘ୍ର ନ ହେଲେ ବରଗଡ଼ ର ସମସ୍ତ ସାମାଜିକ ଅନୁଷ୍ଠାନ କୁ ନେଇ ଏକ ବିରାଟ ଆନ୍ଦୋଳନ ହେବ, ସେଥିପାଇଁ ଜିଲ୍ଳା ପ୍ରଶାସନ ଦାୟୀ ରହିବେ ବୋଲି ନିଷ୍ଠା ପରିବାର ର ସଭାପତି ଅଶ୍ବିନୀ ତ୍ରୀପାଠୀ ସୂଚନା ଦେଇଛନ୍ତି। ଏ ସବୁ ସମସ୍ୟା ଉପରେ ଆଲୋଚନା ସମୟ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତାଙ୍କ ର ବରଗଡ଼ ରେ ରହିବାର ଇଚ୍ଛା ନାହିଁ ବୋଲି ସିଧା ସଳଖ ଉତ୍ତର ଦେଇ ଥିଲେ ଯାହା କି ନିଷ୍ଠା ପରିବାର କୁ ବ୍ୟଥିତ କରିଥିଲା। ଦାବି ପତ୍ର ର ଉତ୍ତର ଆଜି ହିଁ ଦେବି ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ସମସ୍ତ ଦାବି ପତ୍ର ର ନକଲ ବରଗଡ଼ ଜିଲ୍ଲାପାଳ,ବିଧାୟକ,ସାଂସଦ ଓ ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ପଠା ଯାଇଛି।
