ମଣ୍ଡାଗୁଡା ଗ୍ରାମରେ ଲାଗିଥିବା ଷ୍ଟ୍ରିଟ ଲାଇଟ ତିନିମାସ ହେବ ଜଳୁନି

ମଣ୍ଡାଗୁଡା ଗ୍ରାମରେ ଲାଗିଥିବା ଷ୍ଟ୍ରିଟ ଲାଇଟ ତିନିମାସ ହେବ ଜଳୁନି

ମଣ୍ଡାଗୁଡା ଗ୍ରାମରେ ଲାଗିଥିବା ଷ୍ଟ୍ରିଟ ଲାଇଟ ତିନିମାସ ହେବ ଜଳୁନି ………………………….

.କନ୍ଧମାଳ :- ତା ୩/୫/୨୬ (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଗାର୍ଡିଙ୍ଗିଆ ଗ୍ରାମ ପଂଚାୟତ ଅନ୍ତର୍ଗତ ମଣ୍ଡାଗୁଡା ଗ୍ରାମରେ ଲାଗିଥିବା ତିନି ଗୋଟି ଷ୍ଟିଟ ଲାଇଟ ଦୀର୍ଘ ୩ମାସ ରୁ ଉର୍ଦ୍ଧ ହେବ ଅଚଳ ହୋଇ ରହିଛି l ଏ ନେଇ ଗାର୍ଡିଙ୍ଗିଆ ଗ୍ରାମ ପଂଚାୟତ ର ସରପଞ୍ଚ ଏବଂ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ସୁଧା ନିଘୁଡ଼ ନିଦରେ ଶୋଇଛନ୍ତି ଏବଂ କହନ୍ତି ପଞ୍ଚାୟତ କାର୍ଯ୍ୟଳୟ ରେ ରିପାରିଙ୍ଗ ପାଇଁ ଟଙ୍କା ନାହିଁ କହି ନିଜ ଆଡୁ ହାତ ଧୋଇ ବସିଛନ୍ତି l ଯାହାରୀ ଫଳରେ ଗ୍ରାମର ବୃଦ୍ଧ ବୃଦ୍ଧା ବାପା ମାଆ ଏବଂ ସମସ୍ତ ଗ୍ରାମବାସୀ ନାହଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଏଠି କହିବାର କଥା ଯେ ଯଦି ଗ୍ରାମାଞ୍ଚଳର ଆଲୋକି କରଣ ନିମନ୍ତେ ଗ୍ରାମ କୁ ଷ୍ଟ୍ରିଟି ଲାଇଟ ଯୋଗାଇ ଦିଆ ଯାଉଛି l ତେବେ ରିପାରିଙ୍ଗ ପାଇଁ ଅର୍ଥ ନାହଁ ତେବେ ଏହି ବ୍ୟବସ୍ତା କାହା ହିତ ଆସୁଛି ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି ମଣ୍ଡାଗୁଡା ଗ୍ରାମ ବାସୀଙ୍କ ମନରେ l ବିଗତ ଦିନ ମାନଙ୍କ ରେ ମନରେଗା ଯୋଜନାରେ ଗାର୍ଡିଙ୍ଗିଆ ଗ୍ରାମ ପଂଚାୟତ ଟିକାବାଲି ବ୍ଲକ ପାଇଁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସାମାନ୍ୟ ତିନୋଟି ଷ୍ଟ୍ରିଟ ଲାଇଟ ମରା ମତି ପାଇଁ ପଂଚାୟତ ରେ ଅର୍ଥ ନାହିଁ l ଏହାକୁ ନେଇ ବୁଦ୍ଧିଯିବି ମହଲ ରେ ଚର୍ଚ୍ଚା ଜୋର ଧରିଛି l ଦେଖିବାକୁ ବାକି ରହିଲା କେବେ ଗାର୍ଡିଙ୍ଗିଆ ପଞ୍ଚାୟତ ବିଭାଗୀୟ ଅଧିକାରୀ ଏବଂ ଟିକାବାଲି ବ୍ଲକ ପ୍ରଶାସନ ଏହି ସମସ୍ୟା କୁ ଗୁରୁତ୍ୱ ଦେଇ ଅଞ୍ଚଳ ବାସୀ ଙ୍କୁ ଆଲୋକି କରଣ କରୁଛନ୍ତି ଅପେକ୍ଷା ରେ ଗ୍ରାମ ବାସୀ l