ମୌଳିକ ସୁବିଧାରୁ ବଞ୍ଚିତ ମାଣ୍ଡିଆଡମ୍ବ ଗ୍ରାମବାସୀ, ପକ୍କା ରାସ୍ତା, ପାନୀୟ ଜଳ ଓ ଶିକ୍ଷାର ଅଭାବ

ମୌଳିକ ସୁବିଧାରୁ ବଞ୍ଚିତ ମାଣ୍ଡିଆଡମ୍ବ ଗ୍ରାମବାସୀ, ପକ୍କା ରାସ୍ତା, ପାନୀୟ ଜଳ ଓ ଶିକ୍ଷାର ଅଭାବ

ମୌଳିକ ସୁବିଧାରୁ ବଞ୍ଚିତ ମାଣ୍ଡିଆଡମ୍ବ ଗ୍ରାମବାସୀ, ପକ୍କା ରାସ୍ତା, ପାନୀୟ ଜଳ ଓ ଶିକ୍ଷାର ଅଭାବ

ରାୟଗଡ଼ (info media): ରାଜ୍ୟ ସରକାରଙ୍କ ତରଫରୁ ବିକାଶର ଡିଣ୍ଡିମ ପିଟାଯାଉଥିବା ବେଳେ ଆଜି ମଧ୍ୟ କୋଲନରା ବ୍ଲକର ଭୋଇମଡା ପଞ୍ଚାୟତ ଅଧିନ ଦୁର୍ଗମ ମାଣ୍ଡିଆଡମ୍ବ ଗ୍ରାମର ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ଗ୍ରାମକୁ ଯିବା ପାଇଁ ପକ୍କା ରାସ୍ତା ନଥିବାରୁ ବର୍ଷା ଦିନରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି। ରୋଗୀ, ଗର୍ଭବତୀ ମହିଳା ଓ ସ୍କୁଲ ପଢୁଆ ପିଲାମାନେ ନିତ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମରେ ବିଶୁଦ୍ଧ ପାନୀୟ ଜଳର ସ୍ଥାୟୀ ବ୍ୟବସ୍ଥା ନଥିବାରୁ ଲୋକମାନେ ଝରଣା ପାଣି ଉପରେ ନିର୍ଭର କରୁଛନ୍ତି। ଗ୍ରୀଷ୍ମ ଦିନରେ ପାଣି ସଂକଟ ଅଧିକ ଗୁରୁତର ହୋଇପଡ଼େ। ଏହା ସହ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ନଥିବାରୁ ଛୋଟ ଛୋଟ ପିଲାଙ୍କୁ ଦୂର ଗ୍ରାମକୁ ଯାଇ ପଢ଼ିବାକୁ ପଡ଼ୁଛି। ବର୍ଷା ଦିନରେ ରାସ୍ତା ଖରାପ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବହୁବାର ପ୍ରଶାସନ ଓ ଜନପ୍ରତିନିଧିଙ୍କ ନିକଟରେ ରାସ୍ତା, ପାନୀୟ ଜଳ ଓ ଶିକ୍ଷା ସୁବିଧା ପାଇଁ ଦାବି କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇନାହିଁ। ଫଳରେ ଗ୍ରାମବାସୀ ଦୈନନ୍ଦିନ ଜୀବନରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମରେ ଥିବା ସୋଲାର ପାନୀୟ ଜଳ ପ୍ରକଳ୍ପରେ ପ୍ରଚୁର ପରିମାଣରେ ପାଣି ଆସୁନାହିଁ। ଏବଂ ନଳକୂପରେ ଗୋଳିଆ ପାଣି ଆସୁଥିବା ଯୋଗୁଁ ବାଧ୍ୟ ହୋଇ ଗାଁ ନିକଟରେ ଥିବା ଏକ ଛୋଟ ଝରଣା ପାଣି ଉପରେ ନିର୍ଭର କରିଥାନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ସେହିପରି ଗ୍ରାମରେ ଥିବା ବିଦ୍ୟାଳୟ ମଧ୍ୟ ଦୀର୍ଘ ୭ରୁ ୮ ବର୍ଷ ହେବ ବନ୍ଦ ହୋଇ ଯାଇଛି। ଫଳରେ ପିଲା ମାନଙ୍କୁ ଅନ୍ୟ ଗ୍ରାମରେ ଥିବା ବିଦ୍ୟାଳୟକୁ ପଠାଯାଇ ଥାଏ। କିଛି ପିଲାଙ୍କୁ ହଷ୍ଟେଲରେ ସିଟ୍ ମିଳିଲେ ସେମାନେ ସେଠାରେ ପଢ଼ନ୍ତି ଏବଂ ଯେଉଁ ପିଲା ମାନଙ୍କୁ କୌଣସି ହଷ୍ଟେଲରେ ସୁବିଧା ନ ମିଳିଲେ ସେମାନେ ଗ୍ରାମରେ ଗାଈ ଗୋରୁ ଓ ଛେଳି ଚରେଇ ଥାନ୍ତି ବୋଲି ଲୋକେ କହିଛନ୍ତି। ଗ୍ରାମବାସୀ ମାନେ ତୁରନ୍ତ ମାଣ୍ଡିଆଡମ୍ବ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ, ସୁରକ୍ଷିତ ପାନୀୟ ଜଳ ଯୋଗାଣ ଏବଂ ଶିକ୍ଷା ସୁବିଧାର ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ଗ୍ରାମବାସୀ ଦାବି ଜଣାଇଛନ୍ତି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ