*ମହେନ୍ଦ୍ର ତନୟା ଘାଟକୁ ଆଲୋକିତ କରି ପାରଳାବାସୀଙ୍କ ହୃଦୟ ଜିତିଲେ ରଞ୍ଜିତ୍ ମହାପାତ୍ର* ।

*ମହେନ୍ଦ୍ର ତନୟା ଘାଟକୁ ଆଲୋକିତ କରି ପାରଳାବାସୀଙ୍କ ହୃଦୟ ଜିତିଲେ ରଞ୍ଜିତ୍ ମହାପାତ୍ର* ।

*ମହେନ୍ଦ୍ର ତନୟା ଘାଟକୁ ଆଲୋକିତ କରି ପାରଳାବାସୀଙ୍କ ହୃଦୟ ଜିତିଲେ ରଞ୍ଜିତ୍ ମହାପାତ୍ର* ।

ଗଜପତି,୧୧.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ପୂର୍ବରୁ ମହେନ୍ଦ୍ର ତନୟା ନଦୀ ତଟ ସଫେଇ କରି ଚର୍ଚ୍ଚାରେ ଥିବା ଫଳରସ ବିକ୍ରେତା ରଞ୍ଜିତ ମହାପାତ୍ର ପୁଣିଥରେ ମହେନ୍ଦ୍ର ତନୟା ନଦୀ କୂଳରେ ଆଲୋକ ବ୍ୟବସ୍ଥା କରି ସମାଜ ପ୍ରତି ତାଙ୍କର ଉତ୍ସର୍ଗୀକୃତ ସମାଜସେବାର ଉଦାହରଣ ସୃଷ୍ଟି କରିଛନ୍ତି।ନିଜର ନିଷ୍ଠା, କର୍ତ୍ତବ୍ୟପରାୟଣତା ଓ ନିସ୍ୱାର୍ଥପର ଉଦ୍ୟମ ଦ୍ୱାରା ପାରଳାଖେମୁଣ୍ଡିର ପବିତ୍ର ମହେନ୍ଦ୍ର ତନୟା ଘାଟକୁ ନିଜସ୍ୱ ପ୍ରୟାସରେ ଆଲୋକମୟ କରି ସେ ଭକ୍ତମାନଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି।ତାଙ୍କର ଏହି ନିଷ୍ଠାପର ଉଦ୍ୟମକୁ ନେଇ ସହରବାସୀ ସାଧୁବାଦ ଜଣାଇଛନ୍ତି।ମହେନ୍ଦ୍ର ତନୟା ନଦୀ ତଟ ଭଳି ଏକ ପବିତ୍ର ସ୍ଥାନକୁ ନିଜ ଉଦ୍ୟମରେ ଆଲୋକିତ କରି ଭକ୍ତମାନଙ୍କ ମନରେ ଆନନ୍ଦ ଓ ଆଧ୍ୟାତ୍ମିକ ଭାବନା ଭରିଦେଇଥିବାରୁ ରଞ୍ଜିତ୍ ମହାପାତ୍ରଙ୍କୁ ସବୁଆଡ଼ୁ ଧନ୍ୟବାଦ ଓ ପ୍ରଶଂସାର ସୁଅ ଛୁଟିଛି।