ଗଞ୍ଜାମ ଜିଲ୍ଲା ନାରୀ ଅଧିକାର ଅଭିଯାନ କୁନେଇ ବିଜେଡ଼ି ର ପ୍ରସ୍ତୁତି ବୈଠକ
ପୋଲସରା ୨୭. ୫. ୨୬ ପୋଲସରା ବ୍ଲକ ସ୍ଥିତ ବିଜେଡି କାର୍ଯ୍ୟାଳୟ ପରିସରରେ ନାରୀ ଅଧିକାର ଅଭିଯାନ କୁନେଇ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ ଙ୍କ ତତ୍ୱାବଧାନ ରେ ବିଜେଡି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଫଳତା ଉପରେ ବକ୍ତବ୍ୟ ରଖି ନାରୀ ମାନଙ୍କ ସୁରକ୍ଷା ଉପରେ କହିଥିଲେ।ରାଜ୍ୟ ସରକାର ମହିଳା ମାନଙ୍କୁ ୩୩%ସରଂକ୍ଷଣ ଦେବାରେ ବିଫଳ ତା ସାଙ୍ଗକୁ ନାରୀ ନିର୍ଯ୍ୟାତନା କୁ ନିୟନ୍ତ୍ରଣ କରିବାରେ ଅସମର୍ଥ। ସରକାର ଙ୍କ ବିଫଳତା ପ୍ରତିବାଦ ରେ ଆସନ୍ତା ୨୯ତାରିଖ ଦିନ ବିଜେଡି ପକ୍ଷରୁ ନାରୀ ଅଧିକାର ଅଭିଯାନ କୁ କିଭଳି ସଫଳତା ମିଳିବ ଏବଂ ନାରୀ ମାନଙ୍କ ସରଂକ୍ଷଣ କିଭଳି ସ୍ଥାୟୀ ରହିବ ସେନେଇ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି।ଉକ୍ତ ପ୍ରସ୍ତୁତି ବୈଠକ ରେ ବୁଗୁଡ଼ା ଓ ପୋଲସରା ବ୍ଲକର ଶତାଧିକ ବିଜେଡି କର୍ମୀ ସମେତ କିଶୋର ବେହେରା, ସୁଧାଂଶୁ ଶେଖର ପାଢ଼ୀ, ଖଦାଳ ଖଟେଇ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ ବିଷୋୟୀ, ଝୁନୁ ଦାସ,ନଗର ବିଜେଡି ସଭାପତି ଗୋପାଳ ସାହାଣୀ, କେ ତ୍ରିଲୋଚନ ଦୋରା, ନାରୀ ନେତ୍ରୀ କନକ ରାଉତ, ମନ୍ଦାକିନୀ, ଗୀତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
