ବ୍ଲକ ସ୍ତରୀୟ କୃଷକ ସମ୍ବାଦ ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଆଲୋଚନା ଓ କର୍ମ ଶାଳା ଅନୁଷ୍ଠିତ…..
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ କୃଷି କାର୍ଯ୍ୟାଳୟ ରେ ଆଜି ଟିକାବାଲି ଗୋଷ୍ଠୀ କୃଷି ଅଧିକାରୀ ଶ୍ରୀମତୀ.ସ୍ଵାଗତିକା ଦାସଙ୍କ ସଭାପତିତ୍ୱରେ ଅଞ୍ଚଳ ର ୧୦୦ଜଣ କୃଷକ ମାନଙ୍କୁ ନେଇ ଆଜି ପ୍ରାକୃତିକ କୃଷିର ଗୁରୁତ୍ୱ, ରାସାୟନିକ ସାରର ବିକଳ୍ପ ଜୈବିକ ସାରର ବ୍ୟବହାର ଏବଂ ଆଧୁନିକ କୃଷି ପ୍ରଯୁକ୍ତି ବିଷୟରେ କୃଷକ ମାନଙ୍କୁ ସଚେତନତା କରାଯାଇଥିଲା l ଯାହା ଦ୍ୱାରା ଚାଷୀ କିପରି ଅଧିକ ଲାଭ ବାନ ହୋଇ ପାରିବ ଏବଂ ସରକାରୀ ଯୋଜନା ଉପରେ ମଧ୍ୟ ବିସ୍ତୃତ ଆଲୋଚନା ଚକ୍ର ଅନୁଷ୍ଠିତ କରାଯାଇଥିଲା l କାର୍ଯ୍ୟକ୍ରମରେ ଉପସ୍ଥିତ ବିଶେଷଜ୍ଞମାନେ କହିଥିଲେ ଯେ ପ୍ରାକୃତିକ ଓ ପ୍ରଗତିଶିଳ କୃଷି ଅଵଲମ୍ବନ କଲେ ଉତ୍ପାଦନ ବଢିବା ସହିତ କୃଷକଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ l କୃଷକ ମାନେ ମଧ୍ୟ ଏହି କର୍ମଶାଳାକୁ ସ୍ୱାଗତ କରି ଶିଖିଥିବା ନୂତନ ପଦ୍ଧତିକୁ ନିଜ ଚାଷରେ ପ୍ରୟୋଗ କରିବାକୁ ମତ ପ୍ରକାଶ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ସହକାରୀ ବ୍ଲକ କୃଷି ଅଧିକାରୀ ଶୁଭସ୍ମିତା ସାହୁ, ଅନୁସୂଚିତ ଜାତି ମୋର୍ଚ୍ଚା ରାମବିଶି ଦିଗାଲ, ବ୍ଲକ ଚ୍ୟାରମେନ ଦିଲୀପ କଂହର,ସମିତି ଉପାଧ୍ୟକ୍ଷା ପ୍ରସ୍ମିତା ପ୍ରଧାନ ବ୍ଲକ ସଂଯୋଜକ କୃଷକ ମୋର୍ଚ୍ଚା ମିଥୁନ ଦିଗାଲ FIAC ଚ୍ୟାରମେନ ଗ୍ରାମସେବକ କଂହର, ଗୋଷ୍ଠୀ ପ୍ରାଣୀ ଅଧିକାରୀ ଅସୀମ ପାତ୍ର, ସହକାରୀ ଉଦ୍ୟାନ ଅଧିକାରୀ ଟିକାବାଲି,ମୃତ୍ତିକା ସଂରକ୍ଷଣ ଅଧୀଦର୍ଶକ, ସହକାରୀ ବୈଷୟିକ ପରିଚାଳକ, କୃଷି ଅଧିଦର୍ଶକ ଓ କୃଷି ଗ୍ରାମ ସେବିକା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l
