ଗଞ୍ଜାମ ଜିଲ୍ଲା ବିଧାୟକ ଦ୍ବାରା ରାସନକାର୍ଡ, ଆବାସ ଗୃହ, ମୋବାଇଲ ଫୋନ ବଣ୍ଟନ କାର୍ଯ୍ୟକ୍ରମ l
ଆସିକା:(୨୪/୦୬/୨୬) ଆସିକା ପଂଚାୟତ ସମିତି ପକ୍ଷରୁ ତାଲୁକା କଲ୍ୟାଣ ମଣ୍ଡପ ଠାରେ ବିକାଶ ଧାରା, ଓଡିଶା ସାରା ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅସରରେ ବିଧାୟକ ଦ୍ବାରା ରାସନକାର୍ଡ, ଆବାସ ଗୃହ, ମୋବାଇଲ ଫୋନ ସହିତ ସ୍ଵୟଂ ସହାୟକ ଗୋଷ୍ଠି କୁ ଋଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥୁଲା l ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ରାଜେନ୍ଦ୍ର ନାୟକଙ୍କ ସଭାପତିତ୍ୱ ରେ ବିଧାୟକ ସରୋଜ କୁମାର ପାଢ଼ୀ, ଅତିରିକ୍ତ ତହସିଲଦାର ଅମରେଶ ସାବତ ଏବିଡ଼ିଓ ସୁଶାନ୍ତ କୁମାର ବେହେରା, ପଂଚାୟତ ସମିତି ଉପାଧ୍ଯକ୍ଷା ରେଶମା ଦୋରା, ସିଡିପିଓ ଶାନ୍ତି କର ସୁଧା ପଟନାୟକ, ଯୋଗାଣ ଅଧୂକାରୀ ଶର୍ମିଷ୍ଠା ଦଳବେହେରା,ପ୍ରମୁଖ ମଂଚାସୀନ ରହିଥିଲେ l ଆଜି ପଂଚାୟତ ର ସୁଶାସନ ଗ୍ରାମ ପଂଚାୟତ ର ପତିବର୍ତନ ସହିତ ଗ୍ରାମ ମାନଙ୍କ ରେ ବିକାଶ ହୋଇଛି ବୋଲି ଅତିଥ୍ ମାନେ ମତ ରଖୁଥୁଲେ l ଆଜି କାର୍ଯ୍ୟକ୍ରମ ର ଶେଷ ଦିବସରେ ବିଧାୟକ ଦ୍ବାରା ୩୦ ଗୋଟି ଲକ୍ଷ ପତି ଦିଦି ମାନଙ୍କ ମହିଳା ଗୋଷ୍ଠି ଙ୍କୁ ଏକ ଲକ୍ଷ ଟଙ୍କାର ଋଣ ପ୍ରଦାନ, ଶିଶୁ ଓ ମହିଳା ମାନଙ୍କ ପାଇଁ ସରକାରଙ୍କ ଦ୍ଵାରା ବିଭିନ୍ନ ଯୋଜନାର ତଥ୍ୟ ଗୁଡିକୁ ଡିଜିଟାଲ ପାଇଁ ଆଜି ୩୫ ଗୋଟି ସ୍ମାର୍ଟ ଫୋନ, ବାସହୀନ ୩୦ ଜଣ ପରିବାର କୁ ପଟ୍ଟା ବଣ୍ଟନ, ୩୬ ଜଣ ହିତାଧିକାରୀ ଙ୍କୁ ଆବାସ ଗୃହ ପାଇଁ କାର୍ଯ୍ୟାଦେଶ ବଣ୍ଟନ, ମୁଖ୍ୟ ମନ୍ତ୍ରୀ ଅର୍ଣ୍ଣପୂର୍ଣ ଯୋଜନାରେ ୩୭୬୦୧ ହିତାଧିକାରୀଙ୍କୁ ଅଧିକ ଚାଉଳ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅନେକ ସରପଞ୍ଚ, ସମିତି, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧୂକାରୀ, ସୁପରଭାଇଜର,ଓଏଲଏମ ବିପିଏମ, ବ୍ୟାଙ୍କ କର୍ମଚାରୀ, ସମେତ ଅନ୍ୟ ବ୍ଲକ କର୍ମଚାରୀ ଯୋଗ ଦେଇଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
