ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ପେଣ୍ଟ ଠାରେ ଆଦର୍ଶ ଟୁବ ଗ୍ରାମସେବା ଅନୁଷ୍ଠିତ
ରାୟଗଡ (info media)ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପେଣ୍ଟା ଠାରେ ଆଦର୍ଶ ଯୁବ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏହି ଗ୍ରାମସଭାରେ ବିଦ୍ୟାଳୟ ର ଷଷ୍ଠ ରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବରେ ପେଣ୍ଟା ପଞ୍ଚାୟତ ସମିତି ସଭ୍ୟା ଶ୍ରୀମତୀ ଜମ୍ବା ଲଷ୍ମୀ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଗ୍ରାମସଭା ବିଷୟ ରେ ସମ୍ୟକ ଧାରଣା ଦେଇଥିଲେ। ଏହି ସଭାକୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଭାପତିତ୍ଵ କରିଥିଲେ, ଏବଂ ସେ ଛାତ୍ରଛାତ୍ରୀ ମାନଙ୍କୁ ଗ୍ରାମସଭା ର ମହତ୍ତ୍ଵ ଉପରେ ଜଣାଇଥିଲେ। ପିରାମଲ ଫାଉଣ୍ଡେସନ ର ପ୍ରୋଗ୍ରାମ ଲିଡର ଚୈତନ୍ୟ ପଟେଲ ଏବଂ ଗାନ୍ଧୀ ଫେଲୋ ମୁସ୍କାନ ଅଗ୍ରୱାଲ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ୭ ଦିନ ର ପ୍ରକଳ୍ପ ଭିତ୍ତିକ ଶିକ୍ଷା ଦ୍ୱାରା ଛାତ୍ର ଛାତ୍ରୀମାନେ ଗ୍ରାମ ର ଉନ୍ନତି ରେ ଗ୍ରାମସଭା ର ଭୂମିକା ବିଷୟ ରେ ଜାଣିଥିଲେ। ଗ୍ରାମସଭାରେ କେଉଁମାନେ ଅଂଶଗ୍ରହଣ କରନ୍ତି ଆଉ ତାଙ୍କର ଭୂମିକା ବିଷୟ ରେ ଆଲୋଚନା ମାଧ୍ୟମ ରେ ବୁଝିଥିଲେ। ଗ୍ରାମସଭା ରେ କେଉଁ ସମସ୍ୟା ଗୁଡ଼ିକ ଆଲୋଚନା ହୁଏ ଏବଂ ଏହା କେମିତି ସମାଧାନ କରାଯାଏ ଏହି ଉପରେ ମଧ୍ଯ ଛାତ୍ର ଛାତ୍ରୀମାନେ ଅବଗତ ହୋଇଥିଲେ। ଏହି ସବୁ ବିଷୟ ଜାଣିଲାପରେ ଆଜି ଏକ ଆଦର୍ଶ ଯୁବ ଗ୍ରାମସଭା ଆୟୋଜନ କରି ଆଲୋଚନା କରିଥିଲେ। ଏହି ଗ୍ରାମସଭାରେ ଛାତ୍ରଛାତ୍ରୀମାନେ ନିଜକୁ ସରପଞ୍ଚ, ସେକ୍ରେଟାରୀ, ନାଏବ ସରପଞ୍ଚ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଏ.ଏନ୍.ଏମ୍ କର୍ମୀ, ରାଜସ୍ୱ ବିଭାଗ କର୍ମଚାରୀ ଏବଂ ପ୍ରଧାନ ଶିକ୍ଷକ ଭାବରେ ଅଂଶଗ୍ରହଣ କରି ଗ୍ରାମସଭା ପରିଚାଳନ କରିଥିଲେ ଓ ଗ୍ରାମ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଶେଷରେ ବିଦ୍ୟାଳୟ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।ରାୟଗଡ ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
