ବାଲିପଦର ସ୍ନାତକ ମହାବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ବାଲିପଦର ସ୍ନାତକ ମହାବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ଗଞ୍ଜାମ ଜିଲ୍ଲା *ବାଲିପଦର ସ୍ନାତକ ମହାବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ.

ବୁଗୁଡ଼ା :ସ୍ଥାନୀୟ ବାଲିପଦର ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଡିଗ୍ରୀ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ବିଦାୟକାଳୀନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧକ୍ଷ ଗୋପୀନାଥ ମହାନ୍ତି ପୌରହିତ୍ୟ କରିଥିବାବେଳେ, ଯୁକ୍ତଦୁଇ ମହାବିଦ୍ୟାଳୟର ଅଧକ୍ଷ ସରୋଜ କାନ୍ତ ଦାସ ମୁଖ୍ଯ ଅତିଥି, ଉଦ୍ଭିଦ ବିଜ୍ଞାନ ପ୍ରାଧ୍ୟାପକ ଡ଼କ୍ଟର ଶିଶିର କାନ୍ତ ନାୟକ ସମ୍ନାନୀତ ଅତିଥି ରୂପେ ଯୋଗଦେଇ ବିଦାୟ ଏକ ନୂତନ କର୍ମକୌଶଳ ଓ ଦାୟିତ୍ୱ ବୋଧତାର ଆହ୍ୱାନ ବୋଲି ମତବ୍ୟକ୍ତ କରିଥିଲେ।ଯାହା ବର୍ତ୍ତମାନର ”ବିଦାୟୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଭାବିତ କରିଥିଲା। ଅନ୍ୟ ତମ ଅତିଥି ଭାବେ ବରିଷ୍ଠ ଅଧ୍ୟାପକ ଶ୍ରୀ ଅମୀୟ କୁମାର ସ୍ୱାଇଁ, ଡ଼କ୍ଟର ଏ .ଜିତେଶ ରାଓ ଦୋରା, ସଞ୍ଚାଳୀକା ମିନତୀ ଆଚାରୀ ଛାତ୍ରଛାତ୍ରୀ ମାନଙ୍କୁ ଆଗାମୀ ଭବିଷ୍ୟତ ନିର୍ମାଣ ନିମନ୍ତେ ଉପଦେଶ ପ୍ରଦାନ କରିଥିଲେ। ଯୁକ୍ତତିନି ପ୍ରଥମବର୍ଷ ଓ ଦ୍ୱିତୀୟବର୍ଷ ଛାତ୍ରଛାତ୍ରୀଙ୍କ ମିଳିତ ସହଯୋଗରେ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ବିଦାୟ କାଳୀନ ସମର୍ଦ୍ଧନା ଜ୍ଞାପନ କରିଥିଲେ। ଏହି ଉତ୍ସବରେ ସର୍ବଭାରତୀୟ କ୍ରୀଡା ସ୍ତରରେ କୃତିତ୍ୱ ହାସଲ କରିଥିବା ତୃତୀୟ ବର୍ଷ ଛାତ୍ରୀ ସୁଶ୍ରୀ ରିଙ୍କି ନାୟକଙ୍କୁ ସମ୍ନାନୀତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ଭକ୍ତ ଲତା ମହାପାତ୍ର, ସଲ୍ଲୀଳା ନାୟକ, ପ୍ରମିଳା ବେହରା ପରିଚାଳନା କରିଥିବା ବେଳେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ପ୍ରେମାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ