ଗଞ୍ଜାମ ଜିଲ୍ଲା ମିଳିତ ଆଦିବାସୀ ମଞ୍ଚ ର ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ l

ଗଞ୍ଜାମ ଜିଲ୍ଲା ମିଳିତ ଆଦିବାସୀ ମଞ୍ଚ ର ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ l

ଗଞ୍ଜାମ ଜିଲ୍ଲା ମିଳିତ ଆଦିବାସୀ ମଞ୍ଚ ର ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ l

ଆସିକା:( ୧୭/୪/୨୬)(ଗଣେଶ ପାଣିଗ୍ରାହୀ ରିପୋର୍ଟ)ନିକଟରେ ରାୟଗଡ଼ା ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତରେ ଥିବା ସିଜିମାଳି ପର୍ବତ ଅଞ୍ଚଳରେ ବେଦାନ୍ତ କମ୍ପାନୀର ପ୍ରସ୍ତାବିତ ବକ୍ସାଇଟ ଖଣି ପ୍ରକଳ୍ପ କୁ ନେଇ ସୃଷ୍ଟି ହୋଇଥିବା ଜନ ଅସନ୍ତୋଷ ଏବଂ ଗତ 6 ଓ 7 ତାରିଖ ମଧ୍ୟରାତ୍ର ରେ ସଶସ୍ତ୍ର ପୋଲିସ ବାହିନୀର ଗାଁ ରେ ଚଢାଉ, ଦମନଲୀଳା, ଗ୍ରାମ ସଭା ରେକର୍ଡ ର ଜାଲିଆତି,ଜଙ୍ଗଲ ଅଧିକାର ଆଇନ,ପେଶା ଆଇନ 1996 ର ଉଲଂଘନ, ମିଥ୍ୟା ମାମଲାରେ ଗିରଫଦାରି ବିରୁଦ୍ଧରେ ଆଜି ଏସ ୟୁ ସି ଆଇ,ସି ପି ଆଇ ଏମ ଏଲ ରେଡଷ୍ଟାର , ସି ପି ଆଇ ଏମ ଏଲ ନିଉ ଡେମୋ କ୍ରସି ପକ୍ଷରୁ ଏକ ନଅ ଦଫା ଦାବୀ ପତ୍ର ମହାମହିମ ରାଜ୍ୟପାଳ ଓଡ଼ିଶା ଙ୍କ ଉଦ୍ଦେଶ୍ୟରେ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କୁ ପ୍ରଦାନ କରାଯାଇଥିଲା । ଦାବୀ ଗୁଡିକ ମଧ୍ୟରେ ସିଜିମାଳି ଘଟଣାର ନ୍ୟାୟିକ ତଦନ୍ତ, ଆନ୍ଦୋଳନ ରତ ଲୋକଙ୍କ ଉପରେ ପୋଲିସ ର ଦମନଲୀଳା ବନ୍ଦ କରିବା, ମିଥ୍ୟା ମାମଲା ହଟାଇବା ସହ ଗିରଫ ବ୍ୟକ୍ତିଙ୍କୁ ଖଲାସ, ବେଦାନ୍ତ ର ବକ୍ସାଇଟ ଖଣି ପ୍ରକଳ୍ପ ବାତିଲ,ଜମି ଅଧିଗ୍ରହଣ ବନ୍ଦ କରିବା,ବିନା ଅନୁମୋଦିତ ଗ୍ରାମ ସଭା ପ୍ରକଳ୍ପ କୁ ବାତିଲ କରିବା,ବିସ୍ଥାପନ ବନ୍ଦ କରିବା, ମାଳି ପର୍ବତ, ସେରୁବନ୍ଧ, କୁଟ୍ରୁମାଳି ଓ ବଲ୍ଡ଼ା ରେ ହେବାକୁ ଯାଉଥିବା ଖଣି ପ୍ରକଳ୍ପ କୁ ବାତିଲ କରିବା ଓ ଜମି, ଜଙ୍ଗଲ ଓ ଜୀବିକା ପାଇଁ ସଂଗ୍ରାମରତ ଲୋକଙ୍କ ଉପରେ ପୋଲିସ ଦମନଲୀଳା ସବୁଦିନ ପାଇଁ ବନ୍ଦ କରିବା ଆଦି ରହିଛି ।ଆଜି ଏ ଆଇ କେ ଏମ ଏସ ର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ,ବ୍ଲକ ସଭାପତି ନରସିଂହ ଦଳ ବେହେରା, ବ୍ଲକ କମିଟି ସଦସ୍ୟ ଶୁକ୍ରୁ ଗମାଙ୍ଗ,ଝିଲିକା ମଣ୍ଡଳ, ଯକ୍ଷ ଗମାଙ୍ଗ,ଚରଣ ଗମାଙ୍ଗ, କାନ୍ଦିଆ ଗମାଙ୍ଗ,ଜଗନ୍ନାଥ ନାୟକ, ମିଥୁନ ନାୟକ ଓ ନିରଞ୍ଜନ ନାୟକ ଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ଲୋକ ଧରାକୋଟ ମେଡିକାଲ ଠାରୁ ସରକାର ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ତହସିଲ କାର୍ଯ୍ୟଳୟରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଥିଲେ । ଗଣେଶ ପାଣିଗ୍ରାହୀ ରିପୋର୍ଟ