ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଲୋକଙ୍କ ଦୁଃଖ ଶୁଣିଲେ OPCC ସଭାପତି ଭକ୍ତଚରଣ ଦାସ ।
ଗଜପତି,୭.୧୨(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC)ର ସଭାପତି ଶ୍ରୀ ଭକ୍ତଚରଣ ଦାସ ଶନିବାର, ୭ ନଭେମ୍ବର ୨୦୨୬ ତାରିଖରେ ଗଜପତି ଜିଲ୍ଲା ଗସ୍ତ କରି ବାତ୍ୟା ଓ ପ୍ରବଳ ପବନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି।ଏହି ଗସ୍ତ ସମୟରେ ସେ ମୋହନା, ଲୁହାଗୁଡ଼ି, ମହେନ୍ଦ୍ରଗଡ଼, ରାମଗିରି, ଜିରାଙ୍ଗ, ଲକ୍ଷ୍ମୀପୁର, ତିତିଲି ସମେତ ଗଜପତି ଜିଲ୍ଲାର ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ସାକ୍ଷାତ ଓ ଆଲୋଚନା କରିଥିଲେ। ବାତ୍ୟା ଓ ବନ୍ୟା ଯୋଗୁଁ ଜନସାଧାରଣଙ୍କ ଘରଦ୍ୱାର, ଚାଷବାସ ଓ ଜୀବନଜୀବିକା ଉପରେ ପଡ଼ିଥିବା ପ୍ରଭାବ ସମ୍ପର୍କରେ ସେ ଲୋକଙ୍କଠାରୁ ସବିଶେଷ ତଥ୍ୟ ଓ ସମସ୍ୟା ବୁଝିଥିଲେ।ଏହି ଗସ୍ତରେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଶଙ୍କର ପ୍ରଧାନ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସମ୍ପାଦିକା ଶ୍ରୀମତୀ ଜସ୍ମିନ୍ ଶେଖ, ଏସ୍ସି ସେଲ୍ର ଅଧ୍ୟକ୍ଷ ଶ୍ରୀ ଏସ୍. ପାପା ରାଓ, ଜିଲ୍ଲା ଓବିସି ସଭାପତି ଶ୍ରୀ ଜନାର୍ଦ୍ଦନ ରାଓ, ଗୋଷାଣୀ ବ୍ଲକ୍ ସଭାପତି ଶ୍ରୀ ଏ. ଶ୍ରୀନିବାସ ରାଓ ଏବଂ ବ୍ରହ୍ମପୁର ଲୋକସଭା କଂଗ୍ରେସ ପ୍ରାର୍ଥୀ ଶ୍ରୀ ରଶ୍ମିରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।ଏଥିସହ ଯୁବନେତା ତଥା ସୋସିଆଲ ମିଡିଆ କୋ-ଅର୍ଡିନେଟର ଶ୍ରୀ ସନ୍ତୋଷ କୁମାର ପଣ୍ଡାଙ୍କ ସମେତ ଜିଲ୍ଲା ଓ ବ୍ଲକ୍ ସ୍ତରର ବହୁ କଂଗ୍ରେସ ନେତା, କର୍ମୀ ଓ ସମର୍ଥକ ଏହି ଗସ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟାକୁ ନିକଟରୁ ଅନୁଧ୍ୟାନ କରିବା ସହିତ ବିପଦ ସମୟରେ ଜନସାଧାରଣଙ୍କ ସମସ୍ୟା ଓ ଦାବିକୁ ଉପଯୁକ୍ତ ମଞ୍ଚରେ ଉଠାଇବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
