ବାତ୍ୟା ଅର୍ଣ୍ଣବ କୁ ନେଇ ରାୟଗଡ ବିଧାୟକ ଓ ତାଙ୍କ ଟିମ ସଜାଗ

ବାତ୍ୟା ଅର୍ଣ୍ଣବ କୁ ନେଇ ରାୟଗଡ ବିଧାୟକ ଓ ତାଙ୍କ ଟିମ ସଜାଗ

ବାତ୍ୟା ଅର୍ଣ୍ଣବ କୁ ନେଇ ରାୟଗଡ ବିଧାୟକ ଓ ତାଙ୍କ ଟିମ ସଜାଗ

ରାୟଗଡ( info media)ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ କୁ ଦୃଷ୍ଟିରେ ରଖି ରାୟଗଡ ବିଧାୟକ ତଥା ରାୟଗଡ ଜ଼ିଲ୍ଲା କଂଗ୍ରେସ ସଭାପତି ଆପାଳସ୍ଵାମୀ କାଡ୍ରକା ଙ୍କ ସହିତ ତାଙ୍କରି କାର୍ଯ୍ୟାଳୟ ସହ ଜଡ଼ିତ ଭାଇମାନେ ସ୍ୱର୍ଗଦ୍ୱାରରେ କାଠ ସଂଗ୍ରହ କରୁଥିବା ସହଯୋଗୀମାନଙ୍କ ସହ ଏକ ଆଗୁଆ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଛି। ସହର ଓ ଆଖପାଖ ଅଞ୍ଚଳରେ ବାତ୍ୟା ଯୋଗୁଁ ରାସ୍ତା ଅବରୋଧ କିମ୍ବା ଯେକୌଣସି ଅଘଟଣ ଘଟିଲେ ତୁରନ୍ତ ଉଦ୍ଧାର ଓ ସହାୟତା କାର୍ଯ୍ୟ କରିବା ପାଇଁ ଆବଶ୍ୟକ ସରଞ୍ଜାମ ପ୍ରସ୍ତୁତ ରଖାଯାଇଛି। ଜେସିବି , ହିଟାଚି, ଟ୍ରାକ୍ଟର, ବୋଲେରୋ, ମୋଟରସାଇକେଲ ଏବଂ ସାଇକେଲ ଏହି ସମସ୍ତ ଯାନବାହନ ଓ ସରଞ୍ଜାମକୁ ସଜାଗ ରଖାଯାଇଛି। ଆଗାମୀ ଦୁଇ ଦିନ ଏଠାରେ ରହି ଯେକୌଣସି ଆପାତ୍‌କାଳୀନ ସୂଚନା ମିଳିବା ମାତ୍ରେ ତୁରନ୍ତ କାର୍ଯ୍ୟରେ ନିୟୋଜିତ ହେବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ପ୍ରଶାସନ, ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ କର୍ମଚାରୀମାନଙ୍କୁ ଆବଶ୍ୟକ ସମୟରେ ସହଯୋଗ କରିବା ପାଇଁ ମଧ୍ୟ ଆମ ଟିମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଜନସାଧାରଣଙ୍କ ସୁରକ୍ଷା ହିଁ ଆମର ପ୍ରଥମ ପ୍ରାଥମିକତା। ଏକାଠି ହୋଇ ବାତ୍ୟାର ମୁକାବିଲା କରିବା ବୋଲି ବିଧାୟକ କାଡ୍ରକା କହିଛନ୍ତି ଓ ରାୟଗଡ ର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରୀଆଣୀଙ୍କ ଭରଷା ରହିଛି ବୋଲି କହିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ