*ରାଧାବଲ୍ଲଭ ମଠରେ ଅଖଣ୍ଡ ନାମ ସଂକୀର୍ତ୍ତନ* ।

*ରାଧାବଲ୍ଲଭ ମଠରେ ଅଖଣ୍ଡ ନାମ ସଂକୀର୍ତ୍ତନ* ।

*ରାଧାବଲ୍ଲଭ ମଠରେ ଅଖଣ୍ଡ ନାମ ସଂକୀର୍ତ୍ତନ* ।

ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- କାର୍ତ୍ତିକ ମାସର ପବିତ୍ର ଅଁଳା ନବମୀ ଓ ଦଶମୀ ଅବସରରେ ବଡ଼ବ୍ରାହ୍ମଣ ସାହିର ରାଧାବଲ୍ଲଭ ମଠ (ଲୋକନାଥ) ପରିସରରେ ଏକ ଭକ୍ତିମୟ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅଖଣ୍ଡ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି।ଏହି ପବିତ୍ର ଅବସରରେ ଶ୍ରୀରାଧାଙ୍କ ପାଦଦର୍ଶନ କରିବା ସହ କାର୍ତ୍ତିକ ମାସର ପୁଣ୍ୟ ଧର୍ମ ଲାଭ କରିବା ଉଦ୍ଦେଶ୍ୟରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା। ସଂକୀର୍ତ୍ତନ ଗୁରୁ ଶିବରାମ ପାତ୍ର ଓ ସଂକୀର୍ତ୍ତନ ଗାୟକ ରୂପେଶ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ଅଖଣ୍ଡ ନାମ ସଂକୀର୍ତ୍ତନ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ପବିତ୍ର କାର୍ତ୍ତିକ ମାହାତ୍ମ୍ୟ ପୁରାଣ ପାଠ ସହିତ ‘ହରେ କୃଷ୍ଣ ହରେ ରାମ’ ମହାମନ୍ତ୍ରର ଅଖଣ୍ଡ ନାମ ସଂକୀର୍ତ୍ତନରେ ମଠ ପରିସର ଗୁଞ୍ଜରିତ ହୋଇଉଠିଥିଲା।

ଏହି ନାମ ସଂକୀର୍ତ୍ତନରେ ପାରଳାଖେମୁଣ୍ଡି ସହରର ବିଭିନ୍ନ ସଂକୀର୍ତ୍ତନ ଦଳ ସମେତ କେ. ସୀତାପୁର ଓ ଜଙ୍ଗଲପାଡ଼ୁ ଗ୍ରାମର ସଂକୀର୍ତ୍ତନ ଦଳ ଯୋଗଦେଇ ହରିନାମ ସଂକୀର୍ତ୍ତନ କରିଥିଲେ।ହରିନାମ ଧ୍ୱନିରେ ସମଗ୍ର ଅଞ୍ଚଳ ଏକ ଭକ୍ତିମୟ ପରିବେଶରେ ପରିଣତ ହୋଇଥିଲା। ଉପସ୍ଥିତ ଭକ୍ତମାନେ ଶ୍ରୀରାଧାକୃଷ୍ଣଙ୍କ ଅପୂର୍ବ ପ୍ରେମ ଓ ଭକ୍ତିଭାବରେ ନିମଗ୍ନ ହୋଇ ଆଧ୍ୟାତ୍ମିକ ଆନନ୍ଦ ଲାଭ କରିଥିଲେ।