*ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି ମାଧପଙ୍କାରୁ ୧୯ ଜଣଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ*

*ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି ମାଧପଙ୍କାରୁ ୧୯ ଜଣଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ*

*ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି ମାଧପଙ୍କାରୁ ୧୯ ଜଣଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ* ।

ଗଜପତି,୧୯.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ): -ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ଓ ପ୍ରବଳ ବର୍ଷାର ଆଶଙ୍କାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଓ ଓଡ୍ରାଫ୍ ଟିମ୍‌ର ମିଳିତ ଉଦ୍ୟମରେ ମୋହନା ବ୍ଲକ୍‌ ଅନ୍ତର୍ଗତ ମାଣ୍ଡିମେରା ଗ୍ରାମ ପଞ୍ଚାୟତର ମାଧପଙ୍କା ଗ୍ରାମରୁ ୧୯ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ମହିଳା, ଶିଶୁ, ବୟସ୍କ ବ୍ୟକ୍ତିଙ୍କ ସମେତ ଜଣେ ଗର୍ଭବତୀ ମହିଳା ରହିଛନ୍ତି। ସମସ୍ତଙ୍କୁ ମାଣ୍ଡିମେରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁଢ଼ାଗାଁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି।ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାଜନିତ ପରିସ୍ଥିତିରେ ଜନସାଧାରଣଙ୍କ ଜୀବନ ଓ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର, ସ୍ଥାନାନ୍ତର ଓ ରିଲିଫ୍ ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି।