*ବାତ୍ୟା ‘ଅକୱାନ୍’ ମୁକାବିଲା ପାଇଁ ସଜାଗ ଗଜପତି ପ୍ରଶାସନ, ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ* ।ଗଜପତି,୧୯.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ସମ୍ଭାବ୍ୟ ବାତ୍ୟା ‘ଅକୱାନ୍’ର ମୁକାବିଲା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଓ ପ୍ରସ୍ତୁତ ରହିଛି। ବାତ୍ୟାଜନିତ ସମ୍ଭାବ୍ୟ ବିପଦ ଓ କ୍ଷୟକ୍ଷତିକୁ ରୋକିବା ସହ ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି।ରାଜ୍ୟ ସରକାରଙ୍କ ‘ଜିରୋ କାଜୁଆଲିଟି’ ବା ଶୂନ୍ୟ ଜୀବନହାନୀ ଲକ୍ଷ୍ୟକୁ ସଫଳ କରିବା ଦିଗରେ ପ୍ରଶାସନ ସହିତ ଜନସାଧାରଣଙ୍କ ସହଯୋଗ ମଧ୍ୟ ଅତ୍ୟନ୍ତ ଜରୁରୀ।
ଏଥିପାଇଁ ଜିଲ୍ଲାରେ ୨୪ ଘଣ୍ଟିଆ ଜିଲ୍ଲା ଜରୁରୀକାଳୀନ ଅପରେସନ୍ କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି। ଜରୁରୀ ପରିସ୍ଥିତିରେ ଜନସାଧାରଣ ୦୬୮୧୫-୨୨୨୯୪୩ ନମ୍ବରରେ ଯୋଗାଯୋଗ କରିପାରିବେ।ଏଥିସହ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ଓ ସହରାଞ୍ଚଳ ପାଇଁ ସ୍ୱତନ୍ତ୍ର ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି।ବ୍ଲକ୍ସ୍ତରୀୟ ହେଲ୍ପଲାଇନ୍ ନମ୍ବର:- ଗୋଷାଣି – ୮୮୯୫୯ ୪୯୭୦୨- ଗୁମ୍ମା – ୯୧୨୪୯ ୬୦୭୬୭- କାଶୀନଗର – ୭୯୭୮୫ ୦୯୬୧୨- ରାୟଗଡ଼ – ୯୦୭୮୪ ୯୫୨୫୧- ନୂଆଗଡ଼ – ୭୬୦୮୯ ୭୩୪୫୩- ମୋହନା – ୬୩୭୦୮ ୧୧୯୫୦- ଆର୍. ଉଦୟଗିରି – ୬୩୭୧୩ ୫୯୯୮୭ସହରାଞ୍ଚଳ ହେଲ୍ପଲାଇନ୍ ନମ୍ବର:- କାଶୀନଗର ଏନ୍ଏସି – ୦୬୮୧୫-୨୮୪୨୧୫- ପାରଳାଖେମୁଣ୍ଡି ପୌରପାଳିକା – ୦୬୮୧୫-୨୨୨୦୫୨ଉପରୋକ୍ତ ସମସ୍ତ ନମ୍ବରକୁ ନିଜ ମୋବାଇଲ୍ରେ ସଂରକ୍ଷିତ କରି ରଖିବା ସହ ଆବଶ୍ୟକ ସମୟରେ ଏହାର ସଦୁପଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।
ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ କେତେକ ଜରୁରୀ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ରେଡିଓ, ଟେଲିଭିଜନ୍ ଓ ସରକାରୀ ସୂଚନା ମାଧ୍ୟମରୁ ପାଣିପାଗ ସମ୍ପର୍କିତ ନିୟମିତ ତଥ୍ୟ ଜାଣିବା ସହ ପ୍ରତିକୂଳ ପାଗ ସମୟରେ ଅଯଥା ଘରୁ ବାହାରକୁ ନଯିବାକୁ କୁହାଯାଇଛି।ସେହିପରି ଜରୁରୀ ଔଷଧ, ଟର୍ଚ୍ଚ, ପାୱାର ବ୍ୟାଙ୍କ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଥିବା ଏକ ଜରୁରୀକାଳୀନ କିଟ୍ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି।ବିଶେଷକରି ଭୂସ୍ଖଳନ ଆଶଙ୍କା ଥିବା ପାହାଡ଼ିଆ ଅଞ୍ଚଳ, ବନ୍ୟାପ୍ରବଣ ସ୍ଥାନ ଓ ଅନ୍ୟ ବିପଦସଙ୍କୁଳ ଅଞ୍ଚଳରେ ରହୁଥିବା ଲୋକେ ସତର୍କ ରହିବା ସହ ଆବଶ୍ୟକ ସ୍ଥଳେ ସୁରକ୍ଷିତ ଆଶ୍ରୟସ୍ଥଳକୁ ଚାଲିଯିବାକୁ ଅନୁରୋଧ କରାଯାଇଛି।ବିପର୍ଯ୍ୟୟର ମୁକାବିଲା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ଏହା ସମସ୍ତଙ୍କର ସାମୂହିକ ଦାୟିତ୍ୱ। ତେଣୁ ନିଜେ ସଚେତନ ରହିବା ସହ ପରିବାର, ପଡ଼ୋଶୀ ଓ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ ଦିଆଯାଇଛି।— ଜନହିତରେ ଜାରି, ଗଜପତି ଜିଲ୍ଲା ପ୍ରଶାସନ।
