କାଶୀନଗର ଥାନା ଅଞ୍ଚଳରେ ଚୋରି : ଦୁଇ ଘରୁ 9 ତୋଳା ସୁନା ଓ 26 ହଜାର ଟଙ୍କା ଚୋରି ।

କାଶୀନଗର ଥାନା ଅଞ୍ଚଳରେ ଚୋରି : ଦୁଇ ଘରୁ 9 ତୋଳା ସୁନା ଓ 26 ହଜାର ଟଙ୍କା ଚୋରି ।

କାଶୀନଗର ଥାନା ଅଞ୍ଚଳରେ ଚୋରି : ଦୁଇ ଘରୁ 9 ତୋଳା ସୁନା ଓ 26 ହଜାର ଟଙ୍କା ଚୋରି ।

ଗଜପତି, 5/6(ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା କାଶୀନଗର ଥାନା ଅଞ୍ଚଳରେ ପୁଣି ଚୋରି ଘଟଣା ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି. କାଶୀନଗର ଥାନା ଅନ୍ତର୍ଗତ ଭୂପତିଲକ୍ଷ୍ମୀପୁର ଗ୍ରାମରେ ଗତ ବୁଧବାର ରାତିରେ ଏକ ବଡ଼ ଧରଣର ଚୋରି ହୋଇଥିବା ସୂଚନା ମିଳିଛି।ଦୁର୍ବୃତ୍ତମାନେ ଦୁଇଟି ଘରର ଆଲମୀରା ଭାଙ୍ଗି ପ୍ରାୟ ୯ ତୋଳା ସୁନା ଗହଣା ସହ ୨୬ ହଜାର ଟଙ୍କା ଚୋରି କରି ଫେରାର ହୋଇଯାଇଛନ୍ତି। ଘଟଣାରୁ ପ୍ରକାଶ, ଭୂପତିଲକ୍ଷ୍ମୀପୁର ଗ୍ରାମର କେ.ରାମୁଙ୍କ ଘରୁ ୨ ତୋଳା ସୁନା ଚୋରି ହୋଇଥିବା ବେଳେ ପଡ଼ୋଶୀ ଡ଼ି.ରବିଙ୍କ ଘରୁ ୭ ତୋଳା ସୁନା ଓ ୨୬ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି. କାଶୀନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି ।