ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ, ଝିଲିମିଣ୍ଡା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବରଗଡ ୨୭,୮( ଭବାନୀ ଶଙ୍କର ପାଢ଼ୀ) ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଭୁଏଙ୍କ ସଭାପତିତ୍ୱରେ ଆନନ୍ଦ ଉଲ୍ଲାସର ସହିତ ମହାସମାରୋହରେ ପାଳିତ ହୋଇଯାଇଛି । ଉତ୍ସବରେ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସଞ୍ଜୟ କୁମାର ମହାପାତ୍ର ମୁଖ୍ୟ ଅତିଥି, ପଞ୍ଚାୟତ କଲେଜ ବରଗଡ଼ର ପ୍ରାକ୍ତନ ଅଧ୍ୟାପକ ତଥା ସମ୍ବଲପୁର ବିଶ୍ଵବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଶ୍ରୀଯୁକ୍ତ ଉମେଶଚନ୍ଦ୍ର ମହାପାତ୍ର ମୁଖ୍ୟବକ୍ତା,ସମ୍ମାନିତ ଅତିଥି ଭାବେ ପୂର୍ବତନ ଝିଲିମିଣ୍ଡା ପଞ୍ଚାୟତ ସରପଞ୍ଚ ତଥା ଝିଲିମିଣ୍ଡା ଉଚ୍ଚ ବିଦ୍ୟାଳୟ ର ପରିଚାଳନା କମିଟି ର ସଦସ୍ୟ ଶ୍ରୀଯୁକ୍ତ ମକରଧ୍ୱଜ ଭୋଇ ସମ୍ମାନିତ ଅତିଥି ତଥା ଗ୍ରାମର ଗୌଁତିଆ ତଥା ଶିକ୍ଷାବିତ୍ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ବାବୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମଞ୍ଚାସୀନ ଥିଲେ।ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ‘ବିଶ୍ୱଜୀବନ ହେ ତୁମ୍ଭକୁ କରୁଣା ସିନ୍ଧୁ’ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସଭା ପରିଚାଳନା କରିଥିଲେ ସୁଶ୍ରୀ ମୈତ୍ରୀ ସେଠ, ଶର୍ମିଳୀ ପ୍ରଧାନ ଏବଂ ଋତୁପର୍ଣ୍ଣା ଦାଶ।ସଭା ଶେଷରେ କୃତୀ ତଥା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ରାମଚନ୍ଦ୍ର ସ୍ମାରକୀ ପୁରସ୍କାର, ବାଲଗୋବିନ୍ଦ ବାବୁ ପ୍ରଦତ୍ତ ମେଧାବୀ ଛାତ୍ରଛାତ୍ରୀ ପୁରସ୍କାର, ଜିତେନ୍ଦ୍ରିୟ ପ୍ରଧାନ ସ୍ମୃତି ସମ୍ମାନ ପୁରସ୍କାର, ବିପିନ ବିହାରୀ ପ୍ରବନ୍ଧ ପ୍ରତିଯୋଗିତା, ଚତ ଉଚ୍ଚ ବିଦ୍ୟାଳୟ ପରୀକ୍ଷାରେ ହିନ୍ଦୀ, ସାହିତ୍ୟ ଓ ଗଣିତ ବିଷୟରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ଅର୍ଥରାଶି ପୁରସ୍କାର, ଜୟଦେବ ମେହେରଙ୍କ ଦ୍ୱାରା ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଏବଂ ସଙ୍ଗୀତରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ଜୟଦ୍ରଥ ମେହେର ସ୍ମୃତି ପୁରସ୍କାର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ଗଙ୍ଗାଧର ସାହିତ୍ୟ ଉପରେ ସଙ୍ଗୀତ ରୂପକ ‘କବି ଗଙ୍ଗାଧର’ଙ୍କର ଉପସ୍ଥିତି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି ଅବସରରେ ସଙ୍ଗୀତ କ୍ଷେତ୍ରରେ ବିଶେଷ ଅବଦାନ ଥିବା କୈଳାଶଚନ୍ଦ୍ର ସେଠ, ଗଣେଶ ମାଝୀ ଓ ଶଙ୍କର୍ଷଣ ତାରିଆଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ନିରଞ୍ଜନ ପ୍ରଧାନ, ରୋହିତ ଭୋଇ ଏବଂ ପ୍ରତାପ କୁମାର ରଣା। ପରିଚାଳନା କମିଟିର ସଭ୍ୟସଭ୍ୟା, ପୁରାତନ ଛାତ୍ରଛାତ୍ରୀ, ଗ୍ରାମ୍ୟ କମିଟି ଓ ଅଭିଭାବକ-ଅଭିଭାବିକା, ଗ୍ରାମବାସୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୂର୍ଣ୍ଣ ସହଯୋଗ କରିଥିଲେ। ପରିଶେଷରେ ଶିକ୍ଷୟିତ୍ରୀ ଶର୍ମିଳୀ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ।
ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ, ଝିଲିମିଣ୍ଡା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
