ପୋଲିସର ସଫଳତା… ପାହାଡର ମାଟି ତଳେ ଲୁଚାଇ ରଖିଥିବା 4 କୋଟି ଟଙ୍କାର ଗଞ୍ଜେଇ ଜବତ ।

ପୋଲିସର ସଫଳତା… ପାହାଡର ମାଟି ତଳେ ଲୁଚାଇ ରଖିଥିବା 4 କୋଟି ଟଙ୍କାର ଗଞ୍ଜେଇ ଜବତ ।

ପୋଲିସର ସଫଳତା… ପାହାଡର ମାଟି ତଳେ ଲୁଚାଇ ରଖିଥିବା 4 କୋଟି ଟଙ୍କାର ଗଞ୍ଜେଇ ଜବତ ।

ଗଜପତି 27/4(ମନୋଜ ପାଢ଼ୀ):ଗଜପତି ଜିଲ୍ଲା ଆର. ଉଦୟଗିରି ପୋଲିସକୁ ଏକ ବଡ଼ ସଫଳତା ମିଳିଛି. ଦୁର୍ଗମ ଘାଟି ଓ ପାହାଡ଼ର ମାଟିରେ ପୋତି ଅତ୍ୟନ୍ତ ଗୋପନୀୟ ଭାବେ ଲୁଚାଇ ରଖିଥିବା 4 କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇକୁ ପୋଲିସ ଜବତ କରିଛନ୍ତି. ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆର. ଉଦୟଗିରି ଏସଡିପିଓଙ୍କ ନେତୃତ୍ୱରେ ପୋଲିସ ଆର. ଉଦୟଗିରି ଥାନା ଅଞ୍ଚଳର ମାଣିକପୁର ଓ ଡାଳିମ୍ବପୁର ଗ୍ରାମରେ ଚଢାଉ କରିଥିଲେ. ଖାନତଲାସୀ ସମୟରେ ପାହାଡ ତଳୁ ମାଟି ଖୋଳି ଲୁଚାଇ ରଖିଥିବା ଗଂଜେଇ ଜବତ କରିଛନ୍ତି।ଏଥିରେ ପୋଲିସ ମାଟି ତଳୁ ୪୧୩ କିଲୋର ଗଂଜେଇ ଜବତ କରିଛନ୍ତି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 4 କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ସୂଚନା ମିଳିଛି । ଘଟଣା ନେଇ ଆର. ଉଦୟଗିରି ପୋଲିସ ଥାନାରେ କେଶ ନଂ 62/36 ରେ ଏକ ମକଦ୍ଦ୍ୱମା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଜଣା ପଡିଛି । ଏଥିରେ ସ୍ଥାନୀୟ ପୋଲିସ କାହାକୁ ଗିରଫ କରିପାରି ନାହିଁ ।