କାର୍ ଧକ୍କାରେ ମହିଳା ମୃତ
ବେଲଗୁଣ୍ଠା ବ୍ଳକ୍ ଗଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଦନପୁର ଗ୍ରାମରେ ଏକ କାର ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଜଣାପଡିଛି ଯେ ଜନୈକ ସରକାରୀ କର୍ମଚାରୀ ନିଜ କାର ଯୋଗେ ଆସିକl ରୁ ରାତ୍ର ଆଠ ଘଣ୍ଟ ସମୟରେ ଭଞ୍ଜନଗର ଅଭିମୁଖେ ଯାଉଥିବା ବେଳେ ଇନ୍ଦନପୁର ଗ୍ରାମର ଇଲ୍ଲାସ ସ୍ୱାଇଁ ନାମକ ଜଣେ ମହିଳା ରାସ୍ତା ପାର କାର ସମ୍ମୁଖକୁ ଚାଲି ଆସିଥିଲେ। ଯାହା ଫଳରେ ମହିଳା ଜଣଙ୍କ କାର ଧକ୍କାରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ I କାର ଚାଳକ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମହିଳାଙ୍କୁ ଉଦ୍ଧାର କରି ପ୍ରଥମେ ଗୋବରା ଗୋଷ୍ଠୀ ସ୍ୱାସ୍ଥୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଞ୍ଜନଗର ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା I ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଇଲାସ ଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ଓ ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
