ପୂର୍ବ ଶତ୍ରୁତା ନେଇ ଯୁବକ ଛୁରାମାଡରେ ଗୁରୁତର ।
ଗଜପତି,୧.୫ (ମନୋଜ ପାଢ଼ୀ)-:ପୂର୍ବ ଶତ୍ରୁତାକୁ ନେଇ ଛୁରା ମାଡରେ ଯୁବକ ଗୁରୁତର ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କଲେ ଡାକ୍ତର । ଗୁରୁତର ଯୁବକ ହେଲେ ମୋହନା ଖ୍ରୀଷ୍ଟାଆନ ସାହିର ସୁଶୀଲ ନାୟକ(22) । ଛାତିରେ ଛୁରା ମାଡ ଯୋଗୁଁ ଗଭୀର ଆଘାତ ଲାଗିଛି । କିଛି ଯୁବକ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଡାକ୍ତର କହିଛନ୍ତି । ମୋହନା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଆଜି ପୂର୍ବହ୍ନ ପ୍ରାୟ ୧୦ ଟାରେ ମୋହନା ହାଇସ୍କୁଲ ପଡିଆରେ ମୋହନା କିଛି ଯୁବକ ନିଶା ସେବନ କରିଥିଲେ । ଏହି ସମୟରେ ସୁଶୀଲ ସେଠାରେ ଥିବାବେଳେ ସେମାନଙ୍କ ସହ ବଚସା ହୋଇଥିଲା । ଏହାପରେ ଜଣେ ଯୁବକ ହଟାତ ସୁଶୀଲଙ୍କ ଛାତିରେ ଛୁରାମାଡ କରି ଚମ୍ପଟ ମାରିଥିଲା । ଘଟଣା ସ୍ଥାଳରେ ସୁଶୀଲ ଗୁରୁତର ଆହତ ହୋଇଥିଲା । କିଛି ଯୁବକ ତାଙ୍କୁ ତୁରନ୍ତ ଉଦ୍ଧାର କରି ମୋହନା ମେଡିକାଲରେ ଭତ୍ତି କରିଥିଲେ । ସେ ଗୁରୁତର ଥିବାରୁ ତାଙ୍କୁ ମୋହନା ଡାକ୍ତର ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଥିଲେ । ନିଶା ସେବନ ଓ ପୂର୍ବ ଶତ୍ରୁତାରୁ ଛୁରା ମାଡ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ଥାନା ଅଧିକାରୀ କହିଛନ୍ତି । ଅନ୍ୟ ପକ୍ଷରେ ଯୁବକ ମାନେ ଡ୍ରଗ୍ସ ଓ ଗଞ୍ଜେଇ ସେବନ କରିଥିଲେ ବୋଲି ଗୁରୁତର ଯୁବକ ସୁଶୀଲ କହିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । ଖୁବ୍ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।
