ଛାତ ଉପରେ ଖେଳୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୮ ବର୍ଷର ଶିଶୁକନ୍ୟା ଗୁରୁତର ଆହତ ।

ଛାତ ଉପରେ ଖେଳୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୮ ବର୍ଷର ଶିଶୁକନ୍ୟା ଗୁରୁତର ଆହତ ।

ଛାତ ଉପରେ ଖେଳୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୮ ବର୍ଷର ଶିଶୁକନ୍ୟା ଗୁରୁତର ଆହତ ।

ଗଜପତି-୧.୫(ମନୋଜ ପାଢ଼ୀ)-:
ନିରୀହ ନିଷ୍ପାପ ଶିଶୁ କଣ ଜାଣିବ କାହା ସଂସ୍ପର୍ଶରେ ଆସିଲେ କଣ ହେବ ଖେଳୁ ଖେଳୁ ୧୧କେଭି ତାର ସଂସ୍ପର୍ଶରେ ଆସି ଜଣେ ୮ ବର୍ଷର ଶିଶୁ କନ୍ୟା ଗୁରୁତର ଆହତ ହୋଇ ବର୍ତ୍ତମାନ ବ୍ରହ୍ମପୁର ବଡମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛି l ଏମିତି ଏକ ହୁଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାମଗିରି ଥାନା ଅଞ୍ଚଳର ଲୋବା ଗ୍ରାମପଞ୍ଚାୟତରେ l ଗ୍ରାମବାସୀଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ମଙ୍ଗଳବାର ଦିନ ସକାଳ ୭ ଘଣ୍ଟା ସମୟରେ ଲୋବା ଗ୍ରାମର ମେଡିକାଲ ସାହିର ଦାମୋଦର ଭୂୟାଁଙ୍କ ୮ବର୍ଷର ଝିଅ ଛାତ ଉପରେ ଖେଳୁଥିଲେ ଖେଳୁଥିବା ସମୟରେ ଛାତ ଉପରଦେଇ ଯାଇଥିବା ୧୧କେଭି ତାର ସଂସ୍ପର୍ଶ ରେ ଆସିଥିଲା ଯାହାଫଳରେ ଶରୀରର ବହୁ ସ୍ଥାନ ପୋଡ଼ିଯିବାରୁ ଯନ୍ତ୍ରଣା ସହିନପାରି ପିଲାଟି ଚିତ୍କାର କରିବାକୁ ଲାଗିଲା ଝିଅର ଚିତ୍କାର ଶୁଣୀ ମାଆ ସହିତ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ଝିଅଟିକୁ ପ୍ରଥମେ ଏକ ଯାତ୍ରୀବାହି ଅଟୋ ସାହାଯ୍ୟରେ ରାମଗିରି ପ୍ରାଥମିକ ଚିକିତ୍ସାଳୟକୁ ଅଣାଯାଇଥିଲା l ଡାକ୍ତର ସୁବ୍ରତ କୁମାର ସାହୁ ପ୍ରାଥମିକ ଚିକିତ୍ସା କରିବା ପରେ ବିଦ୍ୟୁତ ଆଘାତରେ ଶିଶୁଟିର ବହୁ ସ୍ଥାନରେ ପଡିଥିବା ଏବଂ ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡମେଡିକାଲ କୁ ସ୍ଥାନାନ୍ତର କରିଥିଲେ l କିନ୍ତୁ ୧୦୮ ଆମ୍ବୁଲାନ୍ସ ନମିଳିବାରୁ ପରିବାର ଲୋକେ ଏକ ବୋଲେରୋ ଭଡା କରି ବ୍ରହ୍ମପୁର ବଡମେଡିକାଲକୁ ନେଇ ଚିକିତ୍ସା କରୁଥିବା ନେଇ ପରିବାର ଲୋକ କହିଛନ୍ତି l ଏବଂ ଏହି ଘଟଣା ପାଇଁ ବୁଦ୍ୟୁତ ବିଭାଗର ଅବହେଳା କୁ ଦାୟି କରିଛନ୍ତି ଗ୍ରାମବାସୀ ଓ ପରିବାର ଲୋକେ l ଘର ଉପର ଦେଇ ଯାଇଥିବା ତାରକୁ ପ୍ଲାଷ୍ଟିକ ପାଇପ ଭିତରେ ରଖିବା ପାଇଁ ବିଦ୍ୟୁତ ବିଭାଗ କର୍ମଚାରୀ ଙ୍କୁ ବାରମ୍ବାର କହିବା ସତ୍ୱେ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l