ପଶ୍ଚିମବଙ୍ଗ ଓ ତାମିଲନାଡୁରେ ରେକର୍ଡ ମତଦାନ: ପ୍ରଥମ ପର୍ଯ୍ୟାୟ ଶେଷ, ଭୋଟରଙ୍କ ଉତ୍ସାହ ଶୀର୍ଷରେ

ପଶ୍ଚିମବଙ୍ଗ ଓ ତାମିଲନାଡୁରେ ରେକର୍ଡ ମତଦାନ: ପ୍ରଥମ ପର୍ଯ୍ୟାୟ ଶେଷ, ଭୋଟରଙ୍କ ଉତ୍ସାହ ଶୀର୍ଷରେ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୧୫୨ଟି ଆସନରେ ଆଜି ଭୋଟଗ୍ରହଣ ସମ୍ପନ୍ନ ହୋଇଛି। ସନ୍ଧ୍ୟା ୬ଟା ସୁଦ୍ଧା ୯୧.୪୬% ରେକର୍ଡ ମତଦାନ ହୋଇଥିବା ସତ୍ତ୍ୱେ କେତେକ ସ୍ଥାନରେ ହିଂସା ଘଟଣା ଦେଖିବାକୁ ମିଳିଛି। ପ୍ରାୟ ୩.୬ କୋଟି ଭୋଟର ଏହି ପର୍ଯ୍ୟାୟରେ ମତଦାନ କରିଛନ୍ତି। ଏପ୍ରିଲ ୨୯ରେ ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ୧୪୨ ଆସନରେ ଭୋଟ ହେବ। ସୁରକ୍ଷା ପାଇଁ ଫ୍ଲାଇଂ ସ୍କ୍ୱାଡ୍‌ ଓ ସର୍ଭେଲାନ୍ସ ଟିମ୍‌ ମୁତୟନ ହୋଇଛି। ପ୍ରଥମ ପର୍ଯ୍ୟାୟ ଶେଷ ସହ ପ୍ରାର୍ଥୀମାନଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଛି।ଅନ୍ୟପକ୍ଷରେ, ତାମିଲନାଡୁରେ ସମସ୍ତ ୨୩୪ ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ ଶେଷ ହୋଇ ୮୪.୨୯% ମତଦାନ ରେକର୍ଡ ହୋଇଛି, ଯାହା ୨୦୧୧ ପରେ ସର୍ବାଧିକ। ରାଜ୍ୟରେ ଡିଏମ୍‌କେ, ଏଆଇଏଡିଏମ୍‌କେ-ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ଓ ବିଜୟଙ୍କ ଟିଭିକେ ମଧ୍ୟରେ ତ୍ରିକୋଣୀୟ ଲଢ଼େଇ ଦେଖାଯାଉଛି।ମୁଖ୍ୟ

ନିର୍ବାଚନ କମିଶନର ଜ୍ଞାନେଶ କୁମାର ଉଭୟ ରାଜ୍ୟରେ ରେକର୍ଡ ମତଦାନ ପାଇଁ ଭୋଟରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।