ନିଷ୍ଠା ପରିବାର ମହିଳା ଶାଖା ସଂଯୋଜିକା ଙ୍କ ଜନ୍ମ ଦିନ ରେ ରକ୍ତ ଦାନ ଶିବିର #୩୩ୟୁନିଟ୍ ରକ୍ତ ସଂଗୃହୀତ…..
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ନିଷ୍ଠା ପରିବାରର ମହିଳା ଶାଖାର ସଂଯୋଜିକା ସୁଶ୍ରୀ ତ୍ରିପୁରା ସୁହୁଲା ଙ୍କ ଜନ୍ମ ଦିନ ପାଳନ ଅବସରରେ ବରଗଡ ସ୍ଥିତ ବଦ୍ରି ପ୍ରସାଦ ଆପର୍ଟମେଣ୍ଟ ଠାରେ ନିଷ୍ଠା ପରିବାର ଓ ସୁହୁଲା ପରିବାର ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ବରେଣ୍ୟ ଅତିଥି ଭାବରେ ତ୍ରିପୁରା ସୁହୁଲା ଙ୍କ ମାଁ ମଞ୍ଜରୀ ସୁହୁଲା ଓ ଆଲ୍ଲାଦିନି ଭୋଇ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର କୁ ଉଦ୍ଘାଟନ କରିଥିଲେ।ଏହି ଶିବିର ରୁ ସର୍ବମୋଟ #୩୩ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସଂଗୃହିତ ହୋଇଥଲା। ନିଜ ଜନ୍ମ ଦିନକୁ ସ୍ମରଣୀୟ କରିବା ପାଇଁ ସୁହୁଲା ପରିବାର ଙ୍କ ପ୍ରାୟାସ ରେ ଏକ ରକ୍ତ ଦାନ ଶିବିର ଆୟୋଜନ କରିବା ସମାଜ ପାଇଁ ଏକ ଅନନ୍ୟ ଉଦାହରଣ। ରକ୍ତ ଦାନ କରିଥିବା ସମସ୍ତ ରକ୍ତ ଦାତା ମାନଙ୍କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ।ଏକ ନିଆରା ଜନ୍ମ ଦିନ ପାଳନ ପାଇଁ ତ୍ରିପୁରା ଭଉଣୀ ଙ୍କୁ ନିଷ୍ଠା ପରିବାର ତରଫରୁ ହୃଦୟ ରୁ ଧନ୍ୟବାଦ ଓ ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ଶିବିର କୁ ନିଷ୍ଠା ର ସଭାପତି ଅଶ୍ଵିନୀ ତ୍ରିପାଠୀ ,ଉପ ସଭାପତି ସଚି ପଣ୍ଡା,ସମ୍ପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଉପଦେଷ୍ଟା ରକ୍ଷପାଲ ସାହୁ, ଆଶିଷ କର ,ଆଶିଷ କିରଣ ମହାପାତ୍ର,ମାନସ ମେହେର,ସୂତପା ଗଡତିଆ, ପ୍ରାଚୀ କର, ରଶ୍ମୀ ବାରିକ ଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ସୂପରିଚାଳନା କରିଥିଲେ। ଶେଷ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ତ୍ରିପୁରା ସୁହୁଲା ଙ୍କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
