କନିଷ୍ଠ କିରାଣିଙ୍କ ମନମୁଖି କାର୍ଯ୍ୟକଳାପ ନେଇ ଅଭିଯୋଗ, ବଦଳି ଦାବି

କନିଷ୍ଠ କିରାଣିଙ୍କ ମନମୁଖି କାର୍ଯ୍ୟକଳାପ ନେଇ ଅଭିଯୋଗ, ବଦଳି ଦାବି

କନିଷ୍ଠ କିରାଣିଙ୍କ ମନମୁଖି କାର୍ଯ୍ୟକଳାପ ନେଇ ଅଭିଯୋଗ, ବଦଳି ଦାବି

ଗଜପତି, ୨୮/୪: ଗୁମ୍ଫା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ କନିଷ୍ଠ କିରାଣିଙ୍କ ବିରୋଧରେ ମନମୁଖି ଭାବେ କାର୍ଯ୍ୟ କରୁଥିବା ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି।ସୂଚନା ଅନୁସାରେ, ଗାଇବା, ଗୁମ୍ଫା, ଝାମୀ, ପରିଡ଼ା ସହ ବିଭିନ୍ନ ପଞ୍ଚାୟତର ସୀମା ନିର୍ଣ୍ଣୟ ଓ ଜରୁରୀକାଳୀନ ନଥିପତ୍ର ସମ୍ପର୍କିତ ଆବେଦନ ବର୍ଷ ବର୍ଷ ଧରି ପଡ଼ି ରହିଥିବା ଅଭିଯୋଗ ରହିଛି। ଜିଲ୍ଲା ପ୍ରଶାସନଙ୍କ ନିକଟରେ ଅଭିଯୋଗ ହେବା ପରେ ମଧ୍ୟ ସମ୍ପୃକ୍ତ କର୍ମଚାରୀ ନିୟମିତ ଭାବେ କାର୍ଯ୍ୟାଳୟକୁ ଆସୁନଥିବା ଏବଂ ନିଜ ଇଚ୍ଛାମୁତାବକ କାର୍ଯ୍ୟ ସମ୍ପାଦନ କରୁଥିବା ନେଇ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ବିଭିନ୍ନ ଜରୁରୀ କାମ ବନ୍ଦ ରହିଥିବା ଜାଣିବା ପରେ ତହସିଲଦାର ମଧ୍ୟ ଏନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିବା ସୂଚନା ମିଳିଛି। ତୁରନ୍ତ ସମ୍ପୃକ୍ତ କର୍ମଚାରୀଙ୍କୁ ବଦଳି କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।ବଦଳି ନ କରାଗଲେ ତହସିଲ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସୁସ୍ଥିର ସିଂ, ବୁଦ୍ଧିରାମ ଲିମା, ସ୍ଥିପାନ ନାଗ, ଇସାନି ଶବର, ରେବତୀ ଭୂୟାଁ, କଲେବ ଶବର ଏବଂ ଏମନିଏଲ ଲିକ୍ଷା ପ୍ରମୁଖ ଚେତାବନୀ ଦେଇଛନ୍ତି।