ନିଟ୍ ପେପର ଲିକ୍ ଘଟଣା କୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବୀ କଲା ଆମ୍ ଆଦମୀ ପାର୍ଟି
ବରଗଡ଼ – (ଭବାନୀ ଶଙ୍କର ପାଢ଼ୀ) ଦେଶରେ ପ୍ରତିଷ୍ଠିତ ଡାକ୍ତରୀ ଚୟନ ପ୍ରବେଶିକା ପରୀକ୍ଷା ନିଟ୍ ପେପର ଲିକ ଘଟଣା ଏବେ ଚର୍ଚ୍ଚା ରେ ଥିବା ବେଳେ ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିଛି ଆମ୍ ଆଦମୀ ପାର୍ଟି। ଏହାକୁ ନେଇ ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଏହି ଦାବୀ ପତ୍ର ବରଗଡ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି ଆପ୍। ପାର୍ଟି ର କାର୍ଯ୍ୟକର୍ତ୍ତା ମାନେ ଜିଲ୍ଲପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ଏହି ଘଟଣା କୁ ସଂଜ୍ଞାନ କୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନ୍ତ୍ରୀ ମଣ୍ଡଳୀ ରୁ ବହିଷ୍କାର କରନ୍ତୁ ବୋଲି ରାଜ୍ୟ ସମ୍ପାଦକ ଭବାନୀ ସାହୁ ଦାବୀ କରିଛନ୍ତି। ଅନ୍ୟପଟେନିଟ୍ ପରୀକ୍ଷାରେ ୨୩ ଲକ୍ଷ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧକାର କୁ ଚାଲି ଯାଇଛି, ସେହିପରି ସିବିଏସଇ ପରୀକ୍ଷାରେ ଅନିୟମିତତା ସାମ୍ନା କୁ ଆସିଛି, ତେଣୁ ଏହା ସରକାର ଓ ବ୍ୟବସ୍ଥା ର ଅପାରଗତା ଓ ଦୁର୍ନୀତି ସହିତ ଜଡ଼ିତ ବିଷୟ ଅଟେ ଏହି ପରିପେକ୍ଷୀ ରେ ଦେଶରେ ଉତ୍ତରଦାୟିତ୍ୱ କୁ ଆଗରେ ରଖି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ସାହୁ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମାରିୟମ ବାର୍ଲା, ଅତାବିରା ବିଧାୟକ ପ୍ରାର୍ଥୀ ଜୟକ୍ରିଷ୍ଣା ଛୁରିଆ, ଭଟଲି ବିଧାୟକ ପ୍ରାର୍ଥୀ ଶାହରୁଖ ଲୋଧିଆ, ମିଲୁ ନାଗ, ଆଇନଜୀବୀ ଏମଡି ମୋଇନ, ସରିତା ସୁନା, ସୂର୍ଯ୍ୟ ଭୋଇ, କୈକେୟୀ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
