ଥୁଆପାଲି ଠାରେ ଷୋଳହ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି।

ଥୁଆପାଲି ଠାରେ ଷୋଳହ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି।

ଥୁଆପାଲି ଠାରେ ଷୋଳହ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଠାରେ ଷୋଳହ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। କର୍ତା ଭାବରେ ଅହଲ୍ୟା ଦୀପ, ବସନ୍ତ ଦୀପ ଓ ସୁଲୋଚନା ଭୂଏ, ସଦାନନ୍ଦ ଭୂଏ ଦାଇତ୍ବ ତୁଲାଇଥିଲେ। ପଣ୍ଡିତ ଭାବରେ ଆନଂଦ ଶତପଥୀ ଓ ନିତ୍ୟାନନ୍ଦ ପୂଜା କାର୍ଯ୍ୟ ତୁଲାଇଥିଲେ। ବରଗଡ ର ବ୍ରହ୍ମଚାରୀ ଓ ଗ୍ରୀନଡୋଲା ଗ୍ରାମ ର କୀର୍ତ୍ତନଦଳ ଆସି କୀର୍ତ୍ତନ କରିଥିଲେ। ଏହି କୀର୍ତ୍ତନ ଦେଖିବାକୁ ଆଖପାଖ ଅଞ୍ଚଳର ଭକ୍ତ ମାନେ ଆସି ଯୋଗଦାନ କରିଥିଲେ। ଏହି ସମୟରେ ସମସ୍ତ ଭକ୍ତ ମାନଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ଏଥିରେ ସହଯୋଗ କରିଥିଲେ ନାରାୟଣ ଭୂଏ, ଯୁବରାଜ ପୋଢ଼, କାଠୁ ଭୂଏ, ମୀନକେତନ ମୁଦୁଲି, ଜିତେନ୍ଦ୍ର ପୋଢ଼, ସାନନ୍ଦ ଦେହେରୀ, ନକୁଳ ଭୂଏ,ଜୀବନ ମୁଦୁଲି,ଶ୍ୟାମ ପୋଢ଼, ଗଣପତି ପୋଢ଼ ଓ ଜିତେନ୍ଦ୍ର ପୋଢ଼ ଧନ୍ୟବାଦ ଜଣାଇଥିଲେ।