ଡାବଲଇଂଜିନ ସରକାର ରେ 3500 ଟଙ୍କା ଭତା ରୁ ବଞ୍ଚିତ ବଚା ଗୌରୀଆମ୍ମା

ଡାବଲଇଂଜିନ ସରକାର ରେ 3500 ଟଙ୍କା ଭତା ରୁ ବଞ୍ଚିତ ବଚା ଗୌରୀଆମ୍ମା

ଡାବଲଇଂଜିନ ସରକାର ରେ 3500 ଟଙ୍କା ଭତା ରୁ ବଞ୍ଚିତ ବଚା ଗୌରୀଆମ୍ମା

ରାୟଗଡ( info media) ଡାବଲଇଂଜିନ ସରକାର ରେ 3500 ଟଙ୍କା ଭତା ରୁ ବଞ୍ଚିତ ବଚା ଗୌରୀଆମ୍ମା ହେଇଛନ୍ତି l ସୂଚନା ଯୋଗ୍ୟଯେ କୋଳନରା ବ୍ଲକ ଦୁନ୍ଦୁଲି ଗ୍ରାମପଞ୍ଚାୟତ ର ସଦର ଦୁନ୍ଦୁଲି ଗ୍ରାମର ବଚା ଗୌରୀଆମ୍ମା ଜାହାଙ୍କର ଆଧାର ନମ୍ବର ରେ ଜନ୍ମତାରିଖ 01/01/ 1940 l କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଏହି କି ଜେ 3500 ଟଙ୍କାରୁ ବଞ୍ଚିତ ହୋଇଛନ୍ତି l ଗୌରୀ ଙ୍କ ପୁତ୍ର ତିରୁପତି ଗତ ଦୁଇ ବର୍ଷ ଧରି କୋଳନରା ବ୍ଲକ ଅଫିସ କୁ ଯାଇ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ବାରମ୍ବାର ଗୌରୀ ଙ୍କ ବାର୍ଦ୍ଧକ୍ୟ ଭତା 1000 ଟଙ୍କା ରୁ 3500 ଟଙ୍କା କୁ ବୃଦ୍ଧି ନିମନ୍ତେ ଦରଖାସ୍ତ କରିଥିଲେ l କିଂତୁ ଦୁର୍ଭାଗ୍ୟର ବିଷୟ ଦରଖାସ୍ତ ନାଲିଫିତା ତଲେ ରହିଗଲା ବୋଲି ତିରୁପତି କହିଛନ୍ତି l ପୁଣି ତିରୁପତି କହିଛନ୍ତି ଜେ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତା ନିମନ୍ତେ ସ୍ଥାନୀୟ ପଂଚାୟତ ଅଧିକାରୀ ବ୍ଲକ ପ୍ରଶାସନ କୁ ଆମେ ଲିଖିତ ଜଣାଇଥିଲୁ କିନ୍ତୁ କୌଣସି ସୁଫଳ. ମିଳିନାହିଁ l ଏମିତି କି ରାସନ କାର୍ଡ ରେ ଚାଉଳ ଆଣିବା ନିମନ୍ତେ ଯିବାକୁ ଗୋରୀ ଚାଲି ଚାଲି ଯିବାକୁ ଆସମକ୍ଷ l ଭତା ପାଇଁ ଏହି ବିଷୟ ନେଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ଫୋନ ନମ୍ବର ଯୋଗେ ଯୋଗାଯୋଗ କରିବାରୁ ସେ ତାଙ୍କରି ପ୍ରତିକ୍ରିୟା ରେ କହିଲେ ଜେ ଗୌରୀ 3500 ଟଙ୍କା ଭତା ପାଇବା ନିମନ୍ତେ ହକଦାର କଣ ପାଇଁ ଭତା ପାଇଁନାହାନ୍ତି ତାହା ତଦନ୍ତ କରିବି ବୋଲି କହିଥିଲେ l ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ