ଠିକାଦାରଙ୍କ ପାଇଁ ପୋଚ ପୋଚ କାଦୁଅରେ ଗ୍ରାମବାସୀ ।

ଠିକାଦାରଙ୍କ ପାଇଁ ପୋଚ ପୋଚ କାଦୁଅରେ ଗ୍ରାମବାସୀ ।

ଠିକାଦାରଙ୍କ ପାଇଁ ପୋଚ ପୋଚ କାଦୁଅରେ ଗ୍ରାମବାସୀ ।

ଗଜପତି:(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ସିଆଳି ଗ୍ରାମ ପଞ୍ଚାୟତର ଜୀବନଦାସଗୁଡ଼ା ଗ୍ରାମରୁ ଆସିଛି ଏକ ଅଭିଯୋଗ। ଜୀବନଦାସଗୁଡା ସିଆଳି ଗ୍ରାମ ପଞ୍ଚାୟତ କାଶୀନଗର ବ୍ଲକର ଅଂଶ ବୋଲି ସରକାରୀ ତାଲିକାରେ ଉଲ୍ଲେଖ ରହିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପୂର୍ବରୁ ଗାଁର ରାସ୍ତା ଭଲ ଅବସ୍ଥାରେ ଥିଲା। ପରେ PMGY ଯୋଜନାରେ ରାସ୍ତା କାମ ଆସିଛି କହି ଠିକାଦାର ମନମୁଖୀ କାମ ଆରମ୍ଭ କରିବା ପରେ ରାସ୍ତାର ଅବସ୍ଥା ବର୍ତ୍ତମାନ ସଚନୀୟ, ଠିକାଦାର ବନ୍ଧ ଅଞ୍ଚଳରୁ କାଦୁଅ ମାଟି ଆଣି ରାସ୍ତା ଉପରେ ପକାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ଠିକାଦାର କାମ ଆରମ୍ଭ କରିବା ପୂର୍ବରୁ ଗ୍ରାମବାସୀ ମେଳି ବାନ୍ଧି ଠିକାଦାର କୁ ଅନୁରୋଧ କରିଥିଲେ ସେହି କାଦୁଅ ମାଟି ବଦଳରେ ଭଲ ମରମ ମାଟି ସେଥିରେ ପକେଇବା ପାଇଁ | କିନ୍ତୁ ଠିକାଦାର କହିଲେକି ମୋ ଇଚ୍ଛା ମୁଁ ଯାହାବି ପକେଇବି ଯାହାକୁ ଅଭିଯୋଗ କରିବାର ଅଛି କର କହିକି ସେ ନିଜସ୍ୱ ଇଚ୍ଛାରେ ଏହି ମାଟି ପକେଇଛନ୍ତି |ଗ୍ରାମବାସୀଙ୍କ ଦାବି ହେଉଛି, ସେମାନେ ବର୍ଷା ଦିନକୁ ଦୃଷ୍ଟିରେ ରଖି ମୋରମ ମାଟି ପକାଇବାକୁ ଅନୁରୋଧ କରିଥିଲେ। କିନ୍ତୁ ସେହି ଅନୁରୋଧକୁ ଅଣଦେଖା କରି କାଦୁଅ ମାଟି ପକାଯାଇଥିବାରୁ ବର୍ଷା ସମୟରେ ରାସ୍ତା କାଦୁଅରେ ପରିଣତ ହୋଇଛି।ଏହାର ପ୍ରଭାବରେ ସ୍କୁଲ ପିଲା, ବୃଦ୍ଧବୃଦ୍ଧା, ଗର୍ଭବତୀ ମହିଳା ଓ ଜରୁରୀ ଚିକିତ୍ସା ପାଇଁ ଯାଉଥିବା ଲୋକମାନେ ଗାଁରୁ ବାହାରକୁ ଯିବାରେ ଭାରି ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।ବର୍ତ୍ତମାନ ଗ୍ରାମବାସୀଙ୍କ ଦାବି ହେଉଛି, ରାସ୍ତାରେ ପକାଯାଇଥିବା କାଦୁଅ ମାଟିକୁ ହଟାଇ ତାହା ପରିବର୍ତ୍ତେ ଭଲ ମାନର ମୋରମ କିମ୍ବା ଉପଯୁକ୍ତ ମାଟି ପକାଯାଉ, ଯାହାଦ୍ୱାରା ସାଧାରଣ ଲୋକଙ୍କ ଯାତାୟାତ ସୁଗମ ହୋଇପାରିବ।ଏହି ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ ଠିକାଦାର କିମ୍ବା ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ପ୍ରଶାସନ ଏହି ଅଭିଯୋଗର ତଦନ୍ତ କରି ଶୀଘ୍ର ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।