ଗଜପତି ଜିଲ୍ଲା ର ଛାତ୍ରୀ ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱର୍ଣ୍ଣକ୍ଷେତ୍ର ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସଫଳତା। ଗଜପତି (ମନୋଜ ପାଢ଼ୀ)ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆସନ୍ତା ଜୁଲାଇ ୨୫ ତାରିଖରେ ସ୍ୱର୍ଣ୍ଣକ୍ଷେତ୍ର ଦିବସ ପାଳନ କରାଯିବ। ଏହି ଅବସରରେ ରାଜ୍ୟର ସମସ୍ତ ଜିଲ୍ଲାରେ ବକ୍ତୃତା, କବିତା ଆବୃତ୍ତି, ପ୍ରବନ୍ଧ ରଚନା ଓ ସାଧାରଣ ଜ୍ଞାନ ଭଳି ବିଭିନ୍ନ ସାହିତ୍ୟଭିତ୍ତିକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ଗଜପତି ଜିଲ୍ଲାରେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଜିଲ୍ଲାକୁ ପ୍ରତିନିଧିତ୍ୱ କରିଥିଲେ। ସେମାନଙ୍କ ମଧ୍ୟରୁ ବରିଷ୍ଠ ବର୍ଗ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଗଜପତି ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି ସୁଶ୍ରୀ ଅର୍ପିତା ନାୟକ, ଦଶମ ଶ୍ରେଣୀର ଛାତ୍ରୀ, ମହେନ୍ଦ୍ରତନାୟା ଆଶ୍ରମ ବିଦ୍ୟାଳୟ, ରାୟଗଡ଼ା ବ୍ଲକ୍। ଏହି ସଫଳତା ପାଇଁ ଆସନ୍ତା ଜୁଲାଇ ୨୫ ତାରିଖରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ସ୍ୱର୍ଣ୍ଣକ୍ଷେତ୍ର ଦିବସ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯିବ।ଏହି ସଫଳତାରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରକାଶ ଜେନା, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ତାଙ୍କ ଅଭିଭାବକ ତଥା ଜିଲ୍ଲାବାସୀ ଆନନ୍ଦ ବ୍ୟକ୍ତ କରିଛନ୍ତି। ସେହିପରି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ବିଚାରକମଣ୍ଡଳୀ ଏବଂ ଜିଲ୍ଲା ସଂସ୍କୃତି ପରିଷଦ, ଗଜପତିର ସମସ୍ତ ସଦସ୍ୟ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣେଇଛନ୍ତି।
ଗଜପତି ଜିଲ୍ଲା ର ଛାତ୍ରୀ ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱର୍ଣ୍ଣକ୍ଷେତ୍ର ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସଫଳତା।
