ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ କର୍ମଶାଳା।

ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ କର୍ମଶାଳା।

ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ କର୍ମଶାଳା।

ସେମିଳିଗୁଡା.ତାରିଖ ୧୭,୪,୨୦୨୬,ସେମିଳିଗୁଡାର ସ୍ବେଛାସେବୀ ଅନୁଷ୍ଠାନ ଭବ୍ଯ ମାତୃଶକ୍ତି ଫାଉଣ୍ଡେସନ ତରଫରୁ ନାରୀ ଶକ୍ତି ବନ୍ଦନ ଅଧିନିୟମ ସମ୍ପର୍କିତ ଏକ କର୍ମଶାଳାର ଆୟୋଜନ କରାଯାଇ ଥିଲା। ସ୍ଥାନୀୟ ମଲ୍ଟି ଫଂକସନ ହଲଠାରେ ଏହି କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବରେ ସମାଜସେବୀ ତଥା ଅବସରପ୍ରାପ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ଯୋଗଦେଇ ଏହି ଅଧିନିୟମ ଊପରେ ଉପସ୍ଥିତ ମହିଳାମାନଙ୍କୁ ବୁଝାଇ ଥିଲେ।ଏହା କେବଳ ଏକ ଆଇନ ନୁହେଁ ବରଂ କୋଟି କୋଟି ମହିଳାଙ୍କ ସ୍ବପ୍ନର ପ୍ରତିଫଳନ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବରେ ବରିଷ୍ଠ ଶିକ୍ଷୟତ୍ରୀ ସେହେନାଜ ବେଗମ୍ ,ସଂଧ୍ଯା ମହାନ୍ତି ଯୋଗଦେଇ ଥିଲେ। ଫାଉଣ୍ଡେସନର ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ରାଉତ ସଭାରେ ଅଧ୍ୟକ୍ଷତା କରିଥିଲେ। ଫାଉଣ୍ଡେସନ ସଂପାଦିକା ବନିତା ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ବିଜେପି ନେତ୍ରୀ ସନ୍ତୋଷିନୀ ଜେନା ,ଅଂଗନୱାଡି କର୍ମୀମାନେ ,ଶିକ୍ଷୟତ୍ରୀ,ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନେ,ମହାବିଦ୍ୟାଳୟର ଛାତ୍ରୀଗଣ ଯୋଗଦେଇ ଥିଲେ।ଆସନ୍ତା ଦିନରେ ଅଧିନିୟମର ବ୍ୟାପକ ପ୍ରଚାର ପ୍ରସାର କରାଯିବ ବୋଲି ସଭାନେତ୍ରୀ ଶ୍ରୀମତୀ ରାଉତ କହିଥିଲେ