ଝରାପାଲି ମାର୍କେଟ ୟାର୍ଡ଼ ପରିସରରେ ମୁକୁଳା ଟ୍ରାନ୍ସଫର୍ମର ସ୍ଥାନାନ୍ତର କରିବା ପାଇଁ ଦାବୀ।
ବରଗଡ – ୨୧,୬ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଅତାବିରା ଆରଏମସି ଅନ୍ତର୍ଗତ ଝରାପାଲି ମାର୍କେଟ ୟାର୍ଡ଼ ପରିସରରେ ଏକ ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର ରହିଛି।କୌଣସି ବଡ ଦୁର୍ଘଟଣା ଘଟିବା ଆଗରୁ ବିହିତ ପଦକ୍ଷେପ ନେବାକୁ ଅତାବିରା ଆରଏମସି ସଂପାଦକ କିମ୍ବା ଆରଏମସି ଚେୟାରମ୍ଯାନ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ। ଶୁଣିବାକୁ ମିଳୁଛି ଯେ, କୌଣସି ଏକ ଠିକାଦାର ବିଦ୍ୟୁତ ଟ୍ରାନ୍ସଫର୍ମର ଉକ୍ତ ସ୍ଥାନାନ୍ତରିତ କରି ପାଇଁ ଠିକା ନେଇଛନ୍ତି। ଠିକା ନେଇ ମଧ୍ୟ ସ୍ଥାନାନ୍ତରିତ କରିବା ପାଇଁ ବିଳମ୍ବ କରୁଛନ୍ତି। ଅତାବିରା ଆରଏମସି ବିହିତ ପଦକ୍ଷେପ ନେବାକୁ ଅଂଚଳର ଜନସାଧାରଣକଂ ଦାବି ହେଉଛି ।
