ବରଗଡ଼ ଧନୁଯାତ୍ରା ତୋରଣରେ ବ୍ୟାପକ ଅନିୟମିତତା : ଭିଜିଲାନ୍ସ ତଦନ୍ତ ଦାବି କଲେ ସାଂସଦ ପ୍ରଦୀପ ପୁରୋହିତ ।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ PWD ଡିଭିଜନ ଅଧୀନରେ ଧନୁଯାତ୍ରା ଗେଟ୍ ନିର୍ମାଣରେ ଦୁର୍ନୀତି, ନିମ୍ନମାନର କାମ ଏବଂ ଅଫଲାଇନ୍ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ପାଇଁ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ଗତ ଧନୁଯାତ୍ରା ମହୋତ୍ସବ ସମୟରେ ଥାନା ଛକଠାରେ PWD ବିଭାଗ ଦ୍ୱାରା ନିର୍ମିତ ଧନୁଯାତ୍ରା ଗେଟ୍ ଭାଙ୍ଗି କ୍ଷତିଗ୍ରସ୍ତ ହୋଇଛି। ଏହି ଗେଟ୍ ଭାଙ୍ଗିବା ଯୋଗୁଁ ଦୁଇ ଜଣ ବ୍ୟକ୍ତି ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ନୂଆ ନିର୍ମାଣ ହୋଇଥିବା ଗେଟ୍ ଏଭଳି ଭାଙ୍ଗିଯିବା ସରକାରୀ ପାଣ୍ଠିର ଅପବ୍ୟବହାର, ନିମ୍ନମାନର ସାମଗ୍ରୀ ବ୍ୟବହାର ଏବଂ ଚରମ ଅବହେଳାକୁ ଦର୍ଶାଉଛି ବୋଲି କହିଛନ୍ତି ବରଗଡ ସାଂସଦ । ଧନୁଯାତ୍ରା ବିଶ୍ୱର ସବୁଠାରୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ଜଣାଶୁଣା। ଏଭଳି ଘଟଣା ଜନସାଧାରଣଙ୍କ ସୁରକ୍ଷାକୁ ବିପଦରେ ପକାଇବା ସହ ରାଜ୍ୟ ସରକାରଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରୁଛି। ସାଂସଦ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନର ବିଜେପି ସରକାର ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପାଇଁ ପ୍ରତିଶ୍ରୁତିବଦ୍ଧ। ତେଣୁ ଏହି ଘଟଣାରେ ତୁରନ୍ତ Icse କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହାସହ ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ପ୍ରଦୀପ ପୁରୋହିତ। ବରଗଡ଼ ପୂର୍ତ୍ତ (PWD) ବିଭାଗ ଅଧୀନରେ ଧନୁଯାତ୍ରା ଗେଟ୍ର ନିମ୍ନମାନର ନିର୍ମାଣ, ଦୁର୍ନୀତି ଏବଂ ଅଫ୍ଲାଇନ୍ ଟେଣ୍ଡର ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ଭିଜିଲାନ୍ସ ତଦନ୍ତ ପାଇଁ ସେ ଦାବି କରିଛନ୍ତି । ଗତ ଧନୁଯାତ୍ରା ମହୋତ୍ସବ ସମୟରେ ବରଗଡ଼ ଥାନା ଛକଠାରେ ନିର୍ମିତ ‘ଧନୁଯାତ୍ରା ଗେଟ୍’ ଭାଙ୍ଗିଯିବା/କ୍ଷତିଗ୍ରସ୍ତ ହେବା ଘଟଣା ପ୍ରତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ନିକଟରେ ନିର୍ମିତ ଏକ ଗେଟ୍ ଏଭଳି ଭାବେ ଭାଙ୍ଗିଯିବା ଦର୍ଶାଉଛି ଯେ ଏଥିରେ ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଛି, ସରକାରୀ ପାଣ୍ଠିର ଅପବ୍ୟୟ ହୋଇଛି ଏବଂ ସୁରକ୍ଷା ବ୍ୟବସ୍ଥା ସହ ବୁଝାମଣା କରାଯାଇଛି। ଦୁର୍ଘଟଣାରେ ୨ ଜଣ ବ୍ୟକ୍ତି ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଭିଡ଼ କମ୍ ଥିବା ସମୟରେ ଏହା ଘଟିଥିବାରୁ ବଡ଼ ବିପଦ ଏଡ଼ିଯାଇଛି, ନଚେତ୍ ଅନେକ ଜୀବନ ଯାଇଥାନ୍ତା। ଧନୁଯାତ୍ରା ହେଉଛି ବିଶ୍ୱର ସବୁଠାରୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚ। ଅଫ୍ଲାଇନ୍ ଟେଣ୍ଡରରେ ଅନିୟମିତତା ହୋଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି.. ବରଗଡ଼ ପୂର୍ତ୍ତ ବିଭାଗର ଅଫ୍ଲାଇନ୍ ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ଆର୍ଥିକ ଅନିୟମିତତା ହୋଇଥିବା ସନ୍ଦେହ କରାଯାଉଛି। ତେଣୁ ଘଟଣାରେ ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି।
