ଫାଇନାଲ କ୍ରିକେଟ୍ ମ୍ୟାଚରେ ବିଧାୟକ ଓ ସରପଞ୍ଚଙ୍କ ଉପସ୍ଥିତି; ଖେଳାଳୀଙ୍କୁ ଉତ୍ସାହ, ଭାଇଚାରା ଓ କ୍ରୀଡା ସଂସ୍କୃତିର ବାର୍ତ୍ତା l

ଫାଇନାଲ କ୍ରିକେଟ୍ ମ୍ୟାଚରେ ବିଧାୟକ ଓ ସରପଞ୍ଚଙ୍କ ଉପସ୍ଥିତି; ଖେଳାଳୀଙ୍କୁ ଉତ୍ସାହ, ଭାଇଚାରା ଓ କ୍ରୀଡା ସଂସ୍କୃତିର ବାର୍ତ୍ତା l

ଫାଇନାଲ କ୍ରିକେଟ୍ ମ୍ୟାଚରେ ବିଧାୟକ ଓ ସରପଞ୍ଚଙ୍କ ଉପସ୍ଥିତି; ଖେଳାଳୀଙ୍କୁ ଉତ୍ସାହ, ଭାଇଚାରା ଓ କ୍ରୀଡା ସଂସ୍କୃତିର ବାର୍ତ୍ତା l

ଗଜପତି,୨୧.୬(ମନୋଜ କୁମାର ପାଢୀ)-: ଯୁବପିଢିଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା, ମାନସିକ ବିକାଶ, ଦଳୀୟ ମନୋଭାବ, ଶୃଙ୍ଖଳାବଦ୍ଧତା ଏବଂ ଜାତୀୟ ଏକତାର ଭାବନାକୁ ସୁଦୃଢ଼ କରିଥାଏ। ଏହି ଉଦ୍ଦେଶ୍ୟକୁ ସାମ୍ନାରେ ରଖି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟସ୍ଥ ସିଧାମଡଙ୍ଗ ଠାରେ ଆୟୋଜିତ ହୋଇଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଆଜି ଉତ୍ସାହ ଓ ରୋମାଞ୍ଚ ମଧ୍ୟରେ ସଫଳତାର ସହ ସମାପ୍ତ ହୋଇଛି। ଏହି ଫାଇନାଲ ମୁକାବିଲାରେ କାଶୀନଗରର ‘ନାନୀ ଏଲେଭେନ’ ଦଳ ଏବଂ ରାଣୀପେଣ୍ଟାର ‘ଜୟ ଶ୍ରୀ ରାମ’ ଦଳ ମୁହାଁମୁହିଁ ହୋଇଥିଲେ। ମ୍ୟାଚକୁ ଅଧିକ ଆକର୍ଷଣୀୟ କରିବା ସହ ଖେଳାଳୀଙ୍କ ମନୋବଳ ବଢ଼ାଇବା ପାଇଁ ପାରଳାଖେମୁଣ୍ଡିର ବିଧାୟକ ଶ୍ରୀ ରୁପେଶ ପାଣିଗ୍ରାହୀ ଏବଂ କେ. ସୀତାପୁର ସରପଞ୍ଚ ତେଜା ବାବୁ ବିଶେଷ ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ।ଅତିଥିମାନେ ଖେଳକୁ ସୁସ୍ଥ ପ୍ରତିଯୋଗିତାର ମଞ୍ଚ ବୋଲି ବ୍ୟାଖ୍ୟା କରି ଶାନ୍ତି, ଶୃଙ୍ଖଳା ଓ କ୍ରୀଡାସୁଲଭ ମନୋଭାବ ସହ ଖେଳିବାକୁ ଖେଳାଳୀଙ୍କୁ ପରାମର୍ଶ ଦେଇଥିଲେ। ଖେଳ ଆରମ୍ଭ ପୂର୍ବରୁ ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ରାଣୀପେଣ୍ଟା ସ୍ଥିତ ସୁରିୟା ଟେକ୍ନୋ ଇଂରାଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଛାତ୍ରୀମାନେ ଜାତୀୟ ସଙ୍ଗୀତ ପରିବେଷଣ କରି ପରିବେଶକୁ ଦେଶପ୍ରେମର ଭାବନାରେ ଉଦ୍ବୁଦ୍ଧ କରିଥିଲେ। ଟସ୍‌ରେ କାଶୀନଗର ଦଳ ବିଜୟୀ ହୋଇ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ରୋମାଞ୍ଚକର ମୁକାବିଲାରେ ରାଣୀପେଣ୍ଟାର ‘ଜୟ ଶ୍ରୀ ରାମ’ ଦଳ ଦମଦାର ପ୍ରଦର୍ଶନ କରି ୧୦୯ ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା। ବିଜେତା ଦଳକୁ ୪୦ ହଜାର ଟଙ୍କା ସହ ବିଜୟ କପ୍ ପ୍ରଦାନ କରାଯାଇଥିବା ବେଳେ ଉପବିଜେତା କାଶୀନଗର ଦଳକୁ ୨୫ ହଜାର ଟଙ୍କା ପୁରସ୍କାର ଦିଆଯାଇଥିଲା।ସମଗ୍ର ଟୁର୍ଣ୍ଣାମେଣ୍ଟକୁ କମିଟି ସଦସ୍ୟ ଏବଂ ଉଭୟ ଏମ୍ପାୟରଙ୍କ ସୁଚାରୁ ପରିଚାଳନା ଫଳରେ ଫାଇନାଲ ମ୍ୟାଚଟି ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଓ ସଫଳ ଭାବରେ ସମାପ୍ତ ହୋଇଥିଲା। ଏହି କ୍ରୀଡା ଆୟୋଜନ ସ୍ଥାନୀୟ ଅଞ୍ଚଳରେ ଯୁବମାନଙ୍କ ମଧ୍ୟରେ କ୍ରୀଡାପ୍ରତି ଆଗ୍ରହ ବୃଦ୍ଧି ସହ ଏକତା ଓ ସମ୍ପ୍ରୀତିର ସନ୍ଦେଶ ଛାଡ଼ିଯାଇଛି।