ଜନ୍ମ ଦିନ ଅବସରରେ ରକ୍ତ ଦାନ ଶିବିର ୫୫ୟୁନିଟ ରକ୍ତ ସଂଗୃହୀତ….

ଜନ୍ମ ଦିନ ଅବସରରେ ରକ୍ତ ଦାନ ଶିବିର ୫୫ୟୁନିଟ ରକ୍ତ ସଂଗୃହୀତ....

ଜନ୍ମ ଦିନ ଅବସରରେ ରକ୍ତ ଦାନ ଶିବିର ୫୫ୟୁନିଟ ରକ୍ତ ସଂଗୃହୀତ….

ବରଗଡ ୮,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ବ୍ଲକ ଅନ୍ତର୍ଗତ ଚକରକେନ୍ଦ ଗ୍ରାମ ପଞ୍ଚାୟତ ର ସସ୍ତୁ ପାଲି ଗ୍ରାମ ର ନିଷ୍ଠା ପରିବାର ର ସଂଯୋଜକ ଲବ ସାହୁ  ଓ ତାଙ୍କ ଭାଇ ଯୁବ ଆଇନ ଜିବି କୁଶ ସାହୁ ଙ୍କ ଜନ୍ମ ଦିନ ପାଳନ ଅବସରରେ ଧୁମ୍ ଧାମ ରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବରଗଡ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ, ସୁଧାଂଶୁ ଗଡତିଆ ଓ ସଞ୍ଜୀବ ମହାପାତ୍ର ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ବରେଣ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ବିରେନ ରଥ ,ଏସ ଡୁମ୍ବେର ପାଲି ସରପଞ୍ଚ ଯୋଗେଶ୍ଵର ସାହୁ, କୋଶଲ ସଂଗ୍ରାମୀ ଆକାଶ ପଣ୍ଡା ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିବା ସହ ମାନ ପତ୍ର ପ୍ରଦାନ କରିଥଲେ। ନିଜ ପୁଅ ମାନଙ୍କ ଜନ୍ମ ଦିନ ରେ ମାଁ ନିଜେ ରକ୍ତ ଦାନ କରିବା ସହ ପୁରା ପରିବାର ରକ୍ତ ଦାନ କରିଥିଲେ। ପ୍ରତ୍ୟେକ ବର୍ଷ ନିଜ ଜନ୍ମ ଦିନ ଅବସରରେ ରକ୍ତ ଦାନ ଶିବିର ଆୟୋଜନ କରି ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ଦୁଇ ଭାଇ ଲବ ଓ କୁଶ। ଏହି ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୫୫ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଉପରୋକ୍ତ କାର୍ଯ୍ୟକ୍ରମ କୁ ସସ୍ତୁ ପାଲି ର ଗ୍ରାମବାସୀ ଓ ନିଷ୍ଠା ପରିବାର ର ସଦସ୍ୟ ମାନେ ସୁପରିଚାଳନା କରିଥିଲେ।ପରିଶେସ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ସାହୁ ପରିବାର କୁ ଏକ ସ୍ମୃତି ଫଳକ ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା,ସହଯୋଗୀ,ଶୁଭେଚ୍ଛୁ ସମସ୍ତ ଙ୍କୁ ଆମ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।