ଛାତ୍ରୀ ଅପହରଣ ଓ ଦୁଷ୍କର୍ମ ଅଭିଯୁକ୍ତ କୋର୍ଟ ଚାଲାଣ।

ଛାତ୍ରୀ ଅପହରଣ ଓ ଦୁଷ୍କର୍ମ ଅଭିଯୁକ୍ତ କୋର୍ଟ ଚାଲାଣ।

ଛାତ୍ରୀ ଅପହରଣ ଓ ଦୁଷ୍କର୍ମ ଅଭିଯୁକ୍ତ କୋର୍ଟ ଚାଲାଣ।
ବଡବଜାର ଥାନା ଅନ୍ତର୍ଗତ ଜନୈକା ଛାତ୍ରୀ ଟିଉସନ୍ ଯାଇ ଆଉ ଘରକୁ ଫେରିନଥିଲା, ଏହି ଭଳି ପରିସ୍ଥିତିରେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ତାର ସନ୍ଧାନ ନପାଇବାରୁ ବଡବଜାର ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ପୋଲିସ ଅନୁସନ୍ଧାନ ଚଳାଇ ଜାଣିବାକୁ ପାଇଲେ ଯେ ସେହି ବଡବଜାର ଅଞ୍ଚଳର କେଦାର ବେହେରା ନାମକ ଜଣେ ଯୁବକ ଉକ୍ତ ଛାତ୍ରୀ କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଦାରିଙ୍ଗବାଡି ନେଇ ଯାଇଥିଲା ଓ ପରେ ବଡବଜାର ଅଞ୍ଚଳରେ ଗୋଟିଏ ଭଡ଼ା ଘରେ ରଖିଛି ଓ ନାବାଳିକା ଛାତ୍ରୀ କୁ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଛି।ଏ ସବୁ ଖବର ପାଇ ପୋଲିସ ଉକ୍ତ ଭଡ଼ା ଘରେ ପହଞ୍ଚି ନାବାଳିକା ଛାତ୍ରୀ କୁ ଉଦ୍ଧାର କରିବା ସହ ଅଭିଯୁକ୍ତ କେଦାର କୁ କାବୁ ଉଭୟଙ୍କ ଡାକ୍ତରୀ ମାଇନା ପରେ ଅଭିଯୁକ୍ତ କେଦାର କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।