ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀରେ ମାଲକାନଗିରିରେ ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳିତ
ମାଲକାନଗିରି: ମହାନ ସ୍ଵାଧୀନତା ସଂଗ୍ରାମୀ ତଥା ଜନଜାତି ସମାଜର ଗୌରବ ବୀର ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ଅବସରରେ ମାଲକାନଗିରିଠାରେ ଭବ୍ୟ ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳିତ ହୋଇଛି।ଏହି ଗୌରବମୟ ଉତ୍ସବରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜନଜାତି ସମାଜର ଗୌରବ, ଐତିହ୍ୟ, ସଂସ୍କୃତି ଓ ଅସ୍ମିତା ପ୍ରତି ସମ୍ମାନ ଜଣାଇଛନ୍ତି।ଏହି ଅବସର ଜନଜାତି ସମାଜର ବୀରତ୍ୱ, ସଂଘର୍ଷ ଓ ଅବଦାନକୁ ସ୍ମରଣ କରିବା ସହ ଆଦିବାସୀ ଐତିହ୍ୟର ଗୌରବକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବାର ଏକ ମହତ୍ତ୍ୱପୂର୍ଣ୍ଣ ଅବସର।
