ଦ୍ବିମାସିକ ସଂକୁଳ ଶିଶୁ ବାଟିକା ପ୍ରମୁଖ ବୈଠକ ଅନୁଷ୍ଠିତ

ଦ୍ବିମାସିକ ସଂକୁଳ ଶିଶୁ ବାଟିକା ପ୍ରମୁଖ ବୈଠକ ଅନୁଷ୍ଠିତ

ଦ୍ବିମାସିକ ସଂକୁଳ ଶିଶୁ ବାଟିକା ପ୍ରମୁଖ ବୈଠକ ଅନୁଷ୍ଠିତ

ବରଗଡ ୧୭,୯ (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜିଲ୍ଲା ଶିଶୁ ବାଟିକା ପ୍ରମୁଖ ମୁକ୍ତା ରଥଙ୍କ ଅଧ୍ୟକ୍ଷତାରେ ତଥା ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମକୁନ୍ଦ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦ୍ବିମାସିକ ଶିଶୁ ବାଟିକା ପ୍ରମୁଖ ବୈଠକ ଅନୁଷ୍ଠିତ ହୋଇଯାଇଅଛି।ଏ ଅବସରରେ ରଙ୍ଗମଞ୍ଚ କାର୍ଯ୍ୟକ୍ରମରେ “ଟୋପିବାଲା ଓ ମାଙ୍କଡ଼” ବିଷୟକୁ ସୁଶ୍ରୀ କୁନ୍ତୀ ପ୍ରଧାନ ଓ ପ୍ରଭାତ ଶ୍ରେଣୀର ଭାଇମାନେ ଅଭିନୟ କରିଥିଲେ। ଉକ୍ତ ବୈଠକରେ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଯୋଜନା ଆଧାରିତ ପାଠ୍ୟ ଯୋଜନା, ଆଗାମୀ ମାସର କାର୍ଯ୍ୟକ୍ରମ ଯୋଜନା, ଶୈକ୍ଷିକ ଯୋଜନା ଓ ପୂର୍ବ ପ୍ରସ୍ତୁତି ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା।ଏହି ବୈଠକରେ ସଂକୁଳ ଅନ୍ତର୍ଗତ ୯ଟି ବିଦ୍ୟାଳୟରୁ ୯ଜଣ ଶିଶୁ ବାଟିକା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।ବିଦ୍ୟାଳୟର ସେବିକା ଓ ଗୁରୁମା ମାନେ ସାହାଯ୍ୟ ଓ ସହଯୋଗ କରିଥିଲେ।