ରେଳବାଇର ପୋଲିସ ଦ୍ବାରା ଟ୍ରେନ ଲୁଟେରା ଗିରଫ।
ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମ ର କାହ୍ନୁଚରଣ ସାହୁ ନାମକ ଜଣେ ଟ୍ରେନ ଲୁଟେରା କୁ ବ୍ରହ୍ମପୁର ରେଳବାଇ ପୋଲିସ୍ କାବୁ କରି ଜେରା କରିବା ପରେ ତା ନିକଟରୁ ନଗଦ ୪ ଲକ୍ଷ୍ୟ ଟଙ୍କା, କିଛି ସ୍ବର୍ଣ୍ଣ ଅଳଙ୍କାର, ଲାପଟପ୍ ଓ କିଛି ମୋବାଇଲ ଫୋନ୍ ଜବତ୍ କରି ତାକୁ ବିଭିନ୍ନ ଅପରାଧୀକ ମାମଲା ରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ କାହ୍ନୁ ପୁର୍ବରୁ ଟ୍ରେନ ପେଣ୍ଟ୍ରିକ୍ କାର୍ ରେ କାମ କରୁଥିଲା ଓ ବିଭିନ୍ନ ଅପରାଧ ମାମଲା ରେ ଅଭିଯୁକ୍ତ ପରେ ତାକୁ କାର୍ଯ୍ୟ ରୁ ଅନ୍ତର କରାଯାଇଥିଲା।ଗତ ୨୭ ତାରିଖ ରେ ଜଣେ ମହିଳା ଯାତ୍ରୀ ବିଶାଖାପାଟଣା ଯାଉଥିବା ବେଳେ ତାଙ୍କର ଭ୍ୟାନିଟି ବ୍ୟାଗ୍ ହଜିଯାଇଥିବା ଅଭିଯୋଗ ପାଇ ରେଳବାଇ ପୋଲିସ୍ ଘଟଣାର ଛାନବିନ୍ ଚଳାଇ ଅଭିଯୁକ୍ତ କୁ ଧରିବାରେ ସଫଳତା ହାସଲ କରିଛନ୍ତି ଓ ଅଭିଯୁକ୍ତ କାହ୍ନୁ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
