ଗଞ୍ଜାମ ଜିଲ୍ଲା ସ୍ବର୍ଗତ ଝରା ସାହୁଙ୍କ ଦ୍ବାଦଶାହ କାର୍ଯ୍ଯରେ ମନ୍ତ୍ରୀଙ୍କ ଯୋଗଦାନ।
ପୋଲସରା ୦୫/୮/୨୬ ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ସରପଞ୍ଚ ଭଗବାନ ସାହୁଙ୍କ ମାତା ସ୍ବର୍ଗତ ଝରା ସାହୁଙ୍କ ଦ୍ବାଦଶାହ କାର୍ଯ୍ଯ ୦୫/୮/୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ମହାପ୍ରଭୁଙ୍କ ନିକଟରେ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି। ଏହା ସହିତ ବରିଷ୍ଠ ନେତା ପ୍ରଭାକର ପଣ୍ଡା, ଜଗନ୍ନାଥ ବାଢେଇ, ପ୍ରମୋଦ ପଣ୍ଡା, ପ୍ରଫୁଲ୍ଲ ପ୍ରଧାନ, ସିମାଞ୍ଚଳ ସାହୁ, ବନିନ୍ଦ୍ର ସାହୁ, ରଘୁନାଥ ପ୍ରଧାନ, ପୃଥ୍ୱୀରାଜ ଭଞ୍ଜଦେଓ, କୃଷ୍ଣ ଚନ୍ଦ୍ର ଜେନା, ରଘୁନାଥ ଭୂୟାଁ, ରଘୁନାଥ ପଣ୍ଡା, ଲଡୁ କିଶୋର ସାହୁ, ବିଡ଼ିଓ ଶଶିଭୂଷଣ ମହାପାତ୍ର ସମେତ ବ୍ଳକ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ବହୁ ସରପଞ୍ଚ ଓ ସମିତି ସଭ୍ୟ ଏବଂ ବନ୍ଧୁବର୍ଗ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
