ଗଞ୍ଜାମ ଜିଲ୍ଲା ଶେରଗଡ଼ର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ …………………………
ଶେରଗଡ଼ ତା ୧୫/୮ ଶ୍ରୀପଦ ଦାସ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକର ବିଭିନ୍ନ ସରକାରୀ ଅଫିସ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ୮୦ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି l ଶେରଗଡ଼ ପଞ୍ଚାୟତ ସମିତି, ତାକରଡ଼ା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ଅଧକ୍ଷ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ପତାକା ଉତ୍ତୋଳନ କରଥିବା ବେଳେ ଶେରଗଡ଼ ଥାନାରେ ଥାନା ଅଧିକାରୀ ଶ୍ରୀ ବୀରେନ୍ଦ୍ର ଶିଆଳ, ତହସିଲ ଅଫିସରେ ତହସିଲଦାର ଶ୍ରୀ ତ୍ରିଦେବ ରଥ, ଶେରଗଡ଼ ଉଦୟ ପ୍ରତାପ ସ୍ନାତକ ମହାବିଦ୍ୟାଳୟରେ ଅଧକ୍ଷ ଶ୍ରୀ ଅଶୋକ କୁମାର ସ୍ୱାଇଁ, ଶେରଗଡ଼ ମିଡ଼ିଆ ହାଉସ ଓ ଓଡିଶା ମୋଟର ଚାଳକ ସଂଘର ମିଳିତ ସଭାପତି ଶ୍ରୀ ମେଘନାଦ ଦାସ, ଶେରଗଡ଼ ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଲଷ୍ମୀନାରାୟଣ ପଣ୍ଡା,ମହିଳା ଓ ଶିଶୁ ବିକାଶ ଅଫିସରେ ସିଡିପିଓ ଶ୍ରୀମତୀ ମମତାଞ୍ଜଳି ପଣ୍ଡା,ଶେରଗଡ଼ ସେବା ସମବାୟ ସମିତି ଠାରେ ଶ୍ରୀ କୋଟେଶ୍ୱର ପୃଷ୍ଟି, ଗ୍ରାମ୍ୟ ଜଳ ପରିମଳ ଅଫିସ ଠାରେ ଶ୍ରୀ ଶଶାଙ୍କ ଶେଖର ପାଢ଼ୀ,ଗ୍ରାମ୍ୟ ଉନ୍ନୟନ ବିଭାଗରେ ସହକାରୀ ଯନ୍ତ୍ରୀ ଶ୍ରୀ ଗିରୀଶ ଚନ୍ଦ୍ର ନାୟକ,ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ପରିସରରେ ଡାକ୍ତର ରାଜକୁମାର ସୁବୁଦ୍ଧି, ତାକରଡ଼ା ଶହୀଦ ଉଚ୍ଚ ବିଦ୍ୟାଳୟରେ ଶ୍ରୀମତୀ କମଳିନୀ ପ୍ରଧାନ ଏପରି ଶେରଗଡ଼ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି l ଉକ୍ତ ଜାତୀୟ ଦିଵସ ଅବସରରେ “ଏକ ଭାରତ-ଶ୍ରେଷ୍ଠ ଭାରତ” ଉପଲକ୍ଷେ ଘରେ ଘରେ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶେରଗଡ଼ ବ୍ଳକ୍ ଷ୍ଟାଫ୍ ସମେତ ବିଭିନ୍ନ ଗ୍ରାମ ପଞ୍ଚାୟତରୁ କୃଷି ମିତ୍ର, MBK, ଅଙ୍ଗନବାଡ଼ି, CRP, ପ୍ରାଣୀ ମିତ୍ର, ବ୍ୟାଙ୍କ୍ ମିତ୍ରମାନେ ଯୋଗ ଦେଇଥିଲେ ।ବ୍ଳକ୍ ଅଫିସ୍ ସମ୍ମୁଖରୁ ତ୍ରିରଙ୍ଗା ଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ନୋଡାଲ ଅଧିକାରୀ ତଥା ବ୍ଳକ୍ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
