ଗଞ୍ଜାମ ଜିଲ୍ଲା ଧରାକୋଟ ଦିନ ମଜୁରିଆ ପୁଅ ବିଜୟ ଯୁକ୍ତ ଦୁଇ କଳା ରେ ଧରାକୋଟ ବ୍ଲକ ଟପର l
ଆସିକା:( 22/5/2026) (ଗଣେଶ ପାଣିଗ୍ରାହୀ ରିପୋର୍ଟ)ସଦ୍ୟ ପ୍ରକାଶିତ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ରେ ଧରାକୋଟ ସ୍ଥିତ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ୯୪ ପ୍ରତିଶତ ସଫଳତା ହାସଲ କରିଛନ୍ତି । ଏଠାରେ ଅଧ୍ୟୟନ ରତ ଛାତ୍ର ବିଜୟ କୁମାର ଦାସ ମୋଟ ୬୦୦ ମାର୍କ ରୁ ୫୪୮ ନମ୍ବର ଆଣି ଏ ୱାନ ସହ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଏହି ବିଦ୍ୟାଳୟର ଶୁଭସ୍ମିତା ଦାସ ୫୧୦, ତେଜେଶ୍ୱର ଦାସ ୪୯୫ ନମ୍ବର ରଖି ଏହି ଅନୁଷ୍ଠାନ କୁ ଗୌରବାନ୍ୱିତ କରିଛନ୍ତି । ପ୍ରକାଶଥାଉକି ବିଜୟଙ୍କ ବାପା ପଞ୍ଚାନନ ଦାସ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ମା ବବି ଦାସ ଜଣେ ସୁଗୃହିଣୀ ଅଟନ୍ତି । ତାଙ୍କର ଏହି ସଫଳତା ପାଇଁ ଅଧ୍ୟକ୍ଷ ଅକ୍ଷୟ ପଟନାୟକଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ହୃଦାନନ୍ଦ ଜେନା,ବିଷ୍ଣୁ କେଶରୀ ଆଚାର୍ଯ୍ୟ, ରୁଦ୍ର ନାରାୟଣ ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ନାୟକ,ଶିଶିର ମହାନ୍ତି ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗଣେଶ ପାଣିଗ୍ରାହୀ ରିପୋର୍ଟ
